ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟଜଳ ସମସ୍ୟା ନେଇ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୧୨/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ପଞ୍ଚାୟତ ଅଧୀନ ଡାବୁଗାଁ ଗ୍ରାମବାସୀ ପାନୀୟଜଳ ସମସ୍ୟା ନେଇ ବିଡିଓ ଶରତ ମାଝିଙ୍କୁ ଏକ ଦାବୀପତ୍ର ଗୁରୁବାର ପ୍ରଦାନ କରିଛନ୍ତି | ଡାବୁଗାଁ ଗ୍ରାମର ୱାର୍ଡ ନଂ ୮,୯,୧୦ ଓ ୧୧ ର ବାସିନ୍ଦା ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଦାବୀ ଗୁଡିକ ହେଲାଡାବୁଗାଁ ପାନୀୟ ଜଳ ଯୋଗାଣ କର୍ମଚାରୀ ମାନଙ୍କୁ ବଦଳି କରିବା, ପାନୀୟଜଳ ଯୋଗାଣ ନିମନ୍ତେ ଗେଟ ଗୁଡିକ ଯଥାଶୀଘ୍ର ମରାମତି କରିବା, ଡାବୁଗାଁ ପାଣି ପଞ୍ଚାୟତ କମିଟି ଗଠନ କରିବା, ଡାବୁଗାଁ ପାନୀୟଜଳ ଯୋଗାଣ ନିମନ୍ତେ ନିର୍ମିତ ପାଣି ଟାଙ୍କି ଠାରୁ ପାନୀୟ ଜଳକୁ ଠିକାଦାର କାର୍ଯ୍ୟ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାନଯାଉ, ପାନୀୟ ଜଳ ଯୋଗାଣ କର୍ମଚାରୀ ମାନଙ୍କ ଦ୍ଵାରା ଠିକ ସମୟରେ ପାଣି ଯୋଗାଣ ହେଉନାହିଁ ଓ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ହେତୁ ସେମାନଙ୍କୁ ତାଗିଦ କରାଯାଉ ଭଳି ୫ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି | ଏହି ଦାବିପତ୍ର ପ୍ରଦାନ ସମୟରେ ଡାବୁଗାଁ ସରପଞ୍ଚ ବିନୋଦ ସୌରା ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ନୂଆଗାଁର ହୁଟୁବସାହି ରାସ୍ତା କାଦୁଅ ପଚ ପଚ

masiha

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ 

Sunil Chandra Nayak

Leave a Comment

error: Content is protected !!