ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ତ୍ରିଲୋଚନ ପାଢ଼ୀ ଙ୍କ କବିତା //ମାଘମାସ ଜାଡ

 ମାଘମାସ ଜାଡ

ତ୍ରିଲୋଚନ ପାଢ଼ୀ

     (ଶିକ୍ଷକ )
ପୌଷ ମାସ ପରେ 
ଧରାକୁ ଆସଇ 
ମାଘ ମାସ ବାଘ ପରି 
ମାଘ ମାସରେ ତ 
ହାଡ଼ ଭଙ୍ଗା ଜାଡ 
ଦେହ ହାତ ଯାଏ ଥରି l 
ଘନ କୁହୁଡିରେ 
ଦିଗ ଦିଶେ ନାହିଁ 
ବହେ କାଲୁଆ ପବନ 
ଶୀତ କବଳରୁ 
ରକ୍ଷା ପାଇବାକୁ 
ଲୋଡ଼ା ହୁଏ ଶୀତ ବସ୍ତ୍ର l 
ମାଘମାସ ପରା 
ଅମଳର ଋତୁ 
ଧାନ ହୁଅଇ ଅମଳ 
ମାଘ ମାସରେ 
ପନିପରିବାଠୁ 
ଫୁଲଫଳର ସମ୍ଭାର l 
ମକର ସଂକ୍ରାନ୍ତି 
ତ୍ରିବେଣୀ ଅମାସ୍ୟା 
ତା ସହିତ ଶ୍ରୀପଞ୍ଚମୀ 
ମାଘ ସପ୍ତମୀଠୁ 
ଅଗ୍ନି ଉତ୍ସବ 
ପାଳନ ହୁଅଇ ପୁଣି l 
ମାଘମାସରେ ତ 
ହାଡ଼ଭଙ୍ଗା ଜାଡ 
ଆସିଥାଏ ଧରାପରେ 
କାଲୁଆ ପବନ 
ସାଙ୍ଗକୁ ଶୀତରେ 
ଦେହହାତ ସବୁ ଥରେ ll 

ସମ୍ପାଦକ,ସମ୍ବାଦ ସାହିତ୍ୟ ଘର,ନାଉଗାଁ 

ସା/ପୋ:-ନନ୍ଦିଗ୍ରାମ 
ଭାୟା:-ନାଉଗାଁ ହାଟ 
ଜିଲ୍ଲା:-ଜଗତସିଂହପୁର 

Related posts

ପୁଜା ବାଦି  ଙ୍କ କବିତା — “ମୁକ୍ତି ର ରୂପଭ୍ରମ (ମୃଗମାରିଚିକା)”

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ତୁମେ ହେବକି ମୋ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l l ଜଣାଣ l l l

Sunil Chandra Nayak

Leave a Comment

error: Content is protected !!