ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଚାରି ଛକ ନିକଟରେ ବାଇକକୁ ଘୋଷାଡି ନେଲା ଟ୍ରକ୍, ଜଣେ ଗୁରୁତର

ଡାବୁଗାଁ, ୧୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ଚାରି ଛକ ନିକଟରେ ଗୁରୁବାର ରାତ୍ର ପ୍ରାୟ ୧୦ ଘ. ସମୟରେ ଏକ ଟ୍ରକ୍ ଠିଆ ହୋଇଥିବା ଜଣେ ମୋଟର ସାଇକେଲ ଆରୋହିକୁ ଗାଡି ସହ ୧୫ ଫୁଟ ଦୂରତା କୁ ଘୋଷାଡି ନେବାରୁ ଚାଳକ ଗୁରୁତର ଆହତ ହୋଇଛନ୍ତି | ମୋଟରସାଇକେଲ ଚାଳକ ର ବାମ ଗୋଡ଼ରେ ଗଭୀର ଆଘାତ ଲାଗି ଗୁରୁତର ଆହତ ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ | ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ବ୍ୟକ୍ତି କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ଘଟଣା ସ୍ଥଳରେ ଡାବୁଗାଁ ପୁଲିସ ପହଞ୍ଚି ଟ୍ରକ୍ ଓ ମୋଟରସାଇକେଲ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି | ଗୁରୁତର ଆହତ ବ୍ୟକ୍ତି ଜଣକ ଡାବୁଗାଁ ଥାନା ଅନ୍ତର୍ଗତ କାମତା ଗ୍ରାମ ର ଘାସିରାମ ମାଝି (୩୫) ବୋଲି ଜଣା ପଡିଛି | ସୂଚନାଯୋଗ୍ୟ:- କାମତା ଗ୍ରାମର ଘାସିରାମ ମାଝି ଓ ତାଙ୍କ ସାଥୀ କୌଣସି କାର୍ଯ୍ୟରେ ଆଜି ସନ୍ଧ୍ୟାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲେ | ରାତ୍ର ପ୍ରାୟ ୧୦ ଘ. ସମୟରେ ଘାସିରାମ ମାଝି (୩୫) ଓ ତା ସାଥୀ କାର୍ଯ୍ୟସାରି ଏକ ମୋଟରସାଇକେଲ ନଂ ଓଡି ୨୪ ଏ ୭୭୨୬ ଯୋଗେ ନିଜ ଗ୍ରାମ କାମତା କୁ ଯାଉଥିଲେ | ତେବେ ଡାବୁଗାଁ ମୁଖ୍ୟ ରାସ୍ତାର ଚାରି ଛକ ନିକଟରେ ଉମରକୋଟ ରୁ ଡାବୁଗାଁ ଗାଁ ଭିତରକୁ ଏକ ମାଲ୍ ବୋଝେଇ ଟ୍ରକ ନଂ ଓଡି ୩୪ ଡି ୨୩୫୬ ବାମ ଦିଗ ରେ ଦୃତ ଗତିରେ ବୁଲାଇ ଯାଉଥିବା ସମୟରେ ସମ୍ମୁଖ ରେ ମୋଟସାଇକେଲ ରେ ଯାଉଥିବା ଘାସିରାମ ମାଝି ଓ ତା ସାଥୀ ଙ୍କୁ ଟ୍ରକ୍ ଟି ମୋଟସାଇକେଲ ସହ ୧୫ ମିଟର ଘୋଷାଡି ନେଇ ଯାଇଥିଲା | ଘାସିରାମ ଗୁରୁତର ଆହତ ହୋଇଥିବା ବେଳେ ତା ସାଥୀ ସାମାନ୍ୟ ଆହତ ହୋଇଥିଲେ | ଏଥିରେ ମୋଟର ସାଇକେଲ ଚାଳକ ଘାସିରାମ ର ବାମ ଗୋଡ଼ରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିଲା | ଡାବୁଗାଁ ପୁଲିସ ଟ୍ରକ୍ ଓ ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରତର ସ୍ବାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ ତମ ଫାଶୀ ଦିବସ ଡିୱାଇଏଫଆଇ,ଏସଏଫଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ପାଳିତ

Sunil Chandra Nayak

ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ସମ୍ମାନିତ ହେଲେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ 

Sunil Chandra Nayak

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!