ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

କୋକସରା,୧୪/୦୧//କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲ ଠାରେ ୮ ଦିବସୀୟ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ଯୋଗଦେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ନେବା ଆଜିର ସମୟରେ ନିଜର ସୁରକ୍ଷା ପାଇଁ ନିହାତି ଆବଶ୍ୟକ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଭାବେ ଅଧ୍ୟାପିକା କଲ୍ୟାଣି ମହାନ୍ତି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ। ଛାତ୍ରୀଙ୍କୁ ପ୍ରଶିକ୍ଷିକା ପ୍ରିୟଦର୍ଶିନୀ ବେହେରା ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କାର୍ଯ୍ୟକ୍ରମକୁ ବିରେନ୍ଦ୍ର ନାରାୟଣ ଦାସ ଓ ପ୍ରଶାନ୍ତ ଯୋଶୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶଙ୍କର ସତନାମୀ, ଭାରତ ଭୂଷଣ ଠାକୁର, ବିଭଞ୍ଜନ ସାହୁ,।ଭାଗବତ କଟା, ଦିବାକର ଦୁର୍ଗା, ତୁଳସିରାମ ବାଗ, ଭାନୁମତି ମାଝୀ, ପଦ୍ମା ନାଏକ, ପ୍ରମୋଦ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନୀୟୁଜ ସର୍ଭିସ୍ 

Related posts

ଜୁନାଗଡ଼ ସହରରେ ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ବିଭିନ୍ନ ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର 

masiha

ଘରୋଇ ହିଂସା ବିରୁଦ୍ଧରେ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

masiha

Leave a Comment

error: Content is protected !!