ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସ କବି ଫକିରମୋହନ ସେନାପତିଙ୍କ ଜନ୍ମ ଦିନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ଭବ୍ୟ କାର୍ଯ୍ୟକ୍ରମ

ପୁରୀ //  ମକର ମେଳା ବନ୍ଧୁ ମିଳନ ଓ ଫକିରମୋହନ ସେନାପତିଙ୍କ ଜନ୍ମ ଦିନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ,ସରସ୍ୱତୀ ନାୟକ, ପର୍ଶୁରାମ ବେହେରା, ପଦ୍ମଚରଣ ମହାପାତ୍ର, ସସ୍ମିତା ତରାଇ, ସୁମନା ସୁଲୋଚନା, ସସ୍ମତା ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ତଥା ଶ୍ରୀ ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ ପୁସ୍ତକ ଲୋକାର୍ପଣ,ପୁସ୍ତକ ସମୀକ୍ଷା, କବିତା ପାଠୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଯୋଗଦେଇ ଉଦଘାଟନ କରି ଭ୍ରୃୟସି ପ୍ରଶଂସା କରିବା ସହିତ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ବଳରାମ ତରାଇଙ୍କ ଦ୍ବାରା ପ୍ରତିଷ୍ଠାତାଙ୍କ ପାଞ୍ଚବର୍ଷର ଅନୁଭୁତିକୁ ଘଟି ଯାଇଥିବା ସୁଖ ଦୁଃଖର କାହାଣୀ ପରି ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରିଥିଲା। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ବହି, ମହାମହିମ ରାଷ୍ଟ୍ରପତିଙ୍କ ବହି, ଅନ୍ଯାନ୍ଯ ପୁସ୍ତକ, କ୍ଯାଲେଣ୍ତର ଓ ପତ୍ର ପତ୍ରିକା ଉନ୍ମୋଚନ ହୋଇଥିଲା। ଏଥିରେ ମୁଖ୍ଯଅତିଥି ଭାବରେ ପଦ୍ମଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, କୁଳାଧିପତି ସେଂଚୁରିଆନ ବିଶ୍ବବିଦ୍ୟାଳୟ, ଆନ୍ଦ୍ରପ୍ରଦେଶ ଏବଂ ବିଶିଷ୍ଟ ଅତିଥି ଭାବରେ ଶ୍ରୀଯୁକ୍ତ ମଧୁସୂଦନ ସିଂହାରା ସେବାୟତ ଶ୍ରୀମନ୍ଦିର, ପୁରୀ ଓ ସମୀର ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ତାରିଣୀ ପ୍ରସାଦ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ, ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ରଶ୍ମିମୟୀ ପଟ୍ଟନାୟକ, ଇଞ୍ଜିନିୟର ଅର୍ଚ୍ଚନା ଦାସ ଯୋଗ ଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ବିଜୟ କୁମାର ଜେନା ଓ ଶ୍ରୀମତୀ ଅନିତା ପଟ୍ଟନାୟକ । ସମସ୍ତ ଅତିଥି ମାନଙ୍କର ଭାଷଣ ଆଜିର ମଞ୍ଚର ମୁଖ୍ଯ ଆକର୍ଷଣ କରିଥିଲା। ଡ଼. ଦିଲ୍ଲୀପ ହରିଚନ୍ଦନ ମୂଲ୍ୟବାନ ଭାଷଣ ମାଧ୍ୟମରେ ସାରଗର୍ଭକ କଥାବସ୍ତୁ ଉପସ୍ଥାପନ କରିଥିଲେ। ଅନ୍ଯମାନଙ୍କ ମଧ୍ୟରେ ଶ୍ରୀ ପର୍ଶୁରାମ ବେହେରା ଦ୍ବିତୀୟ ଅଧିବେଶନରେ ଡ଼. ପାଟଶାଣୀ ଉଦଘାଟକ ଭାବରେ ମୁଖ୍ଯ ଅତିଥି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର, ମୁଖ୍ୟ ବକ୍ତା ପ୍ରଫେସର  ପାର୍ଥ ସାରଥୀ ଓ ଅଜୟ ବାରିକ୍। ଅତିଥି ଭାବରେ ହରିହର ମିଶ୍ର, କୈଳାଶ ଚନ୍ଦ୍ର ଟିକାୟତ ରାୟ, ନିରଞ୍ଜନ ଓଝା ମନୀ ମହାନ୍ତି, ଉମେଶ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଶୈଳଭାମା ମହାପାତ୍ର ଯୋଗ ଦେଇ ସୁମଧୁର କଣ୍ଠ ର ଯାଦୁରେ ମଞ୍ଚ ଆନନ୍ଦ ଉଲ୍ଲାସରେ ଭରି ଦେଇଥିଲେ। ସ୍ବାଗତ ସଙ୍ଗୀତ ପରିବେଷଣ ପଣ୍ଡିତ ନାରାୟଣ ରଥ, ଗଗନ ବିହାରୀ ସ୍ବାଇଁ, ମାନସ ଦାସ ମନ୍ତ୍ର ମୁଗ୍ଧ କରିଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା କବି  ମାନେ ନିଜ ନିଜର କବିତା ପାଠ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରା ଯାଇ ସଭା ସାଙ୍ଗ ହୋଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ଜବାହାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

masiha

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ବର୍ଣ୍ଣାଢ଼୍ୟ ୮୨ ତମ ଜୟନ୍ତୀ ଉତ୍ସବ-୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!