ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

ଜଗତସିଂହପୁର :- 19/01/23 ଚାଲିଛି ଶାସକ ସରକାରଙ୍କ ମନମୁଖୀ କାର୍ଯ୍ୟ ! ଅଭାବୀ ଧାନ ବିକ୍ରି ସାଙ୍ଗକୁ ମିଳୁନି ଉଚିତ ମୂଲ୍ୟ ! ଧାନ କ୍ରୟରେ ଲାଗୁଛି କାଟତି ! ଚାଷୀକୁଳ ହତାଶ, କହିବ କାହାକୁ ଶୁଣିବ କିଏ ! ପ୍ରତିବାଦ କଲେ ପ୍ରଶାସନ ଗାନ୍ଧିଜୀ ଙ୍କର ତିନି ମାଙ୍କଡ ପାଲଟି ଯାଉଛନ୍ତି ! ସାଧାରଣ ଚାଷୀ ଗୁହାରୀ କରିକରି ନିରାଶ ହେଇଯାଉଛି ପ୍ରଶାସନ ପାଖରେ ! ବଞ୍ଚିବ କେମିତି ଖୋଜୁଛି ରାହା ? ସମବାୟ ସମିତିର ଋଣ ଭାର ସାଙ୍ଗକୁ ମଣ୍ଡି ର ମନମାନି, ବୁଝିବ କିଏ ଚାଷୀଙ୍କ ଦୁଃଖ ???ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାପାଳଙ୍କ ବାସଭବନ ସାମ୍ନାରେ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନଵ ଉପାୟରେ ଧାନର ଉଚିତ ମୂଲ୍ୟ ନିର୍ଧାରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ! ଜିଲ୍ଲପାଳଙ୍କ ବାସଭବନ ଫାଟକ ସମ୍ମୁଖରେ ଧାନ ବସ୍ତା ବିଞ୍ଛାଯାଇ ବିଭିନ୍ନ ଦାବୀ ମୂଳକ ସ୍ଲୋଗାନ ଦିଆଯାଉଛି !ସରକାରୀ ସ୍ତରୀୟ ମଣ୍ଡି ଅନିୟମିତତା, ବଳକା ଧାନ ବିକ୍ରି, ଉଚିତ ମାନ ନିର୍ଧାରଣ, କ୍ରୟ କାଟତି ଦୁର୍ନୀତି ବନ୍ଦ କରାଯିବାର ଦାବୀ ନେଇ ଚାଷୀ ସତ୍ୟାଗ୍ରହ ନାମରେ ଚାଲିଛି ବିକ୍ଷୋଭ ! ଦେଖିବାକୁ ରହିଲା ଜିଲ୍ଲପାଳଙ୍କ କାର୍ଯ୍ୟକଳାପକୁ ! ଚାଷୀମାନଙ୍କ ଦାବିକୁ ବିଚାରକୁ ନେଉଛନ୍ତି ନା ଗାନ୍ଧୀଙ୍କର ଦେଖ, ଶୁଣ, ଚୁପ ନୀତିର ନମୁନା ପାଲଟୁଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୩୭୨ ଟି ମାମଲାର ଫଇସଲା

Awareness done by Astha Foundation Odisha.

masiha

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୭ ଦିନରେ ପହଞ୍ଚିଲା ଧାରଣା

masiha

Leave a Comment

error: Content is protected !!