ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

 ମ.ରାମପୁର,୧୯/୦୧(ମସୀହା): ମ.ରାମପୁର ବ୍ଲକ ଅନ୍ତର୍ଗତ ବମକ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ରଖିବା ପାଇଁ ଗ୍ରାମବାସୀ ସ୍କୁଲ ସମ୍ମୁଖ ଗେଟରେ ତାଲା ମାରି ଧାରଣ ରେ ବସିଛନ୍ତି l ଏନେଇ ଗ୍ରାମବାସୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବାରୁ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହିତ ସ୍କୁଲ ର ନୂତନ କମିଟି ଗଠନ କରାଯିବା ମଧ୍ୟ ସେମାନଙ୍କ ଦାବି ରହିଛି l ସ୍କୁଲ ର ୧୧ ବସ୍ତା ଚାଉଳ ଚୋରି ହୋଇଛି l ଖୋଦ୍ ସ୍କୁଲ ର ପରିଚାଳନା କମିଟି ର ସଭାପତି ଚାଉଳ ଚୋରି କରି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ତୁରଂତ ତଦନ୍ତ କରି ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ରେ ରାଜ ରାସ୍ତାରେ ଧାରଣା ରେ ବସିବା ପାଇଁ ଅଭିଭାବକ ମାନେ ପ୍ରତିକ୍ରିୟା ରଖିଛନ୍ତି । ଏଥିପ୍ରତି ବ୍ଲକ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାପାଳଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

masiha

ରୟାଲ କଲେଜରେ ମେଡିକାଲ କୋଡିଂ ତାଲିମ ସେମିନାର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!