ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋକ୍ରାସିଲ ଗ୍ରାମ ପଞ୍ଚାୟତ ଗଠନ ସମିତି ର ଦାବୀ: ବୋକ୍ରାସିଲ କୁ ନୂତନ ଗ୍ରାମ ପଞ୍ଚାୟତ ଗଠନ କରାଯାଉ

ଧର୍ମଗଡ:୨୩/୧/୨୩// କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ବୋକ୍ରାସିଲ, ରଏନଗୁଡା, ଟେକ୍ ପଡ଼ା ଓ ରାଜପୁର ଗ୍ରାମ କୁ ନେଇ ନୂତନ ବୋକ୍ରାସିଲ ଗ୍ରାମ ପଞ୍ଚାୟତ ଗଠନ କରାଯାଉ ବୋଲି ଦାବୀ ହୋଇଛି । ବୋକ୍ରାସିଲ ଗ୍ରାମ ପଞ୍ଚାୟତ ଗଠନ ସମିତି ପକ୍ଷ ରୁ ଏହା ଉପରେ ଏକ ଜରୁରୀ ବୈଠକ ବୋକ୍ରାସିଲ ଗ୍ରାମ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି ।

   ଟିପିଗୁଡା ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବୋକ୍ରାସିଲ, ରଏନ ଗୁଡା, ଟେକ୍ ପଡ଼ା ଓ ରାଜ ପୁର ଗ୍ରାମ କୁ ନେଇ ଏକ ନୂତନ ପଞ୍ଚାୟତ ଗଠନ ପାଇଁ ଉପରୋକ୍ତ ଗ୍ରାମ ର ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ପଡୋଶୀ ଛତିଶଗଡ଼ ରାଜ୍ୟର ସୀମା କୁ ଲାଗି ରହିଥିବା ଆଦିବାସୀ ଓ ହରିଜନ ବହୁଳ ଏହି ଗ୍ରାମ ମାନଙ୍କର ଆଖି ଦୃଶିଆ ଉନ୍ନତି ହେଉ ନାହିଁ । ଏବେ ବି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ରେ ଏହି ଅଞ୍ଚଳ ଅବହେଳିତ ଭାବେ ରହିଛି । ୧୩ ଟି ୱାର୍ଡ କୁ ନେଇ ଗଠିତ ଟିପିଗୁଡା ଗ୍ରାମ ପଞ୍ଚାୟତ ରୁ ଉପରୋକ୍ତ ଚାରିଟି ଗ୍ରାମ କୁ ଅଲଗା କରି ଏକ ନୂତନ ପଞ୍ଚାୟତ ଗଠନ କରାଗଲେ ଅଞ୍ଚଳ ର ସର୍ବାଙ୍ଗୀନ ଉନ୍ନତି ହୋଇ ପରିବା ସହ ଶାସନ ବ୍ୟବସ୍ଥା ଲୋକ ଙ୍କ ନିକଟ ତର ହୋଇ ପାରିବ । ଏହି ଚାରିଟି ଗ୍ରାମ ର ଜନ ସଂଖ୍ୟା ପ୍ରାୟ ଚାରି ହଜାର ପାଖାପାଖି ରହିଥିବା ବେଳେ ଭୋଟର ସଂଖ୍ୟା ଅଢେଇ ହଜାର ରୁ ଅଧିକା ରହିଛି । ଜନ ସାଧାରଣ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ବିଗତ ଦିନରେ ଧର୍ମଗଡ ବ୍ଲକ ରେ ଥିବା ବଡ ବଡ ପଞ୍ଚାୟତ ସବୁ କୁ ଭାଗ ଭାଗ କରାଯାଇ ନୂତନ ପଞ୍ଚାୟତ ସୃଷ୍ଟି ହୋଇଛି । ଖଇର ପଦର ପଞ୍ଚାୟତ ରୁ ଅଲଗା ହୋଇ ବଡବଶୁଲ ପଞ୍ଚାୟତ, ଗଡ଼ିଆଯୋର ପଞ୍ଚାୟତ ରୁ ଅଲଗା ହୋଇ ବଡ ଘୁମର ପଞ୍ଚାୟତ, ବୋଡ଼େନ ପଞ୍ଚାୟତ ରୁ ଅଲଗା ହୋଇ ବଗାଡ ପଞ୍ଚାୟତ, ପର୍ଲା ପଞ୍ଚାୟତ ରୁ ଅଲଗା ହୋଇ କଦଳୀ ମୁଣ୍ଡା ପଞ୍ଚାୟତ, ନନ୍ଦଗାଁ ପଞ୍ଚାୟତ ରୁ ଅଲଗା ହୋଇ ବଡ ଫୁର୍ଲା ପଞ୍ଚାୟତ ଗଠନ ହୋଇଛି । ତେବେ ଟିପିଗୁଡା ଗ୍ରାମ ପଞ୍ଚାୟତ ଏକ ବଡ ପଞ୍ଚାୟତ ଭାବେ ରହି ଆସିଛି । ବଡ ଅଞ୍ଚଳ, ଅଧିକା ଜନସଂଖ୍ୟା, ଏବଂ ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଦୂରତା ଯୋଗୁ ପଞ୍ଚାୟତ ରେ ଲୋକ ଙ୍କ ଯାବତୀୟ କାର୍ଯ୍ୟ ସମ୍ପାଦନ ରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବୋକ୍ରା ସିଲ କୁ ଏକ ନୂତନ ପଞ୍ଚାୟତ ଭାବେ ସ୍ଵୀକୃତି ପ୍ରଦାନ କରାଗଲେ ଅଞ୍ଚଳ ବାସୀ ଙ୍କ ବହୁ ମୂଖି ସୁବିଧା ହେବା ସହ ଅଞ୍ଚଳ ର ଉନ୍ନତି ସାଧିତ ହେବ ବୋଲି ବୈଠକ ରେ ମତ ପ୍ରକାଶ ପାଇଛି । ଏହି ବୈଠକ ରେ ବେଣୁଧର ସା ସଭାପତିତ୍ବ କରିଥିଲା ବେଳେ ପୂର୍ବତନ ସରପଂଚ ଗଜିନ୍ଦ୍ର ନାଏକ, ୱାର୍ଡ ସଭ୍ୟ ଭୁବନେଶ୍ୱର ମାଝୀ, ମନକର ହରପାଲ, ପୁସ୍ତମ ମାଝୀ, ସଭ୍ୟା ବିମଳା ମାଝୀ ଓ ପାନ ବାଗ ଙ୍କ ସମେତ ସୁବାସ ବାଗ, ବୈଶାଖୁ ବିଶି, ତନୁ ଭୋଇ, ଧନେଶ୍ଵର ମାଝୀ, ତପନ ସା, ପ୍ରତାପ ସା, ସୁରେଶ ମାଝୀ, ଫୁଲସିଂ ମାଝୀ, କୈବଲ୍ୟ ପୁଝାରୀ, ଜଳନ୍ଧର ନାଏକ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୧ ତମ ସର୍ବଭାରତୀୟ ସମବାୟ ମହୋତ୍ସବ 

masiha

ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଓଡ଼ିଆ ପରମ୍ପରାର ପୂଣ୍ୟ ପର୍ବ ଚନ୍ଦନ ଯାତ୍ରା : ଅସ୍ତି ଚନ୍ଦନ ଯାତ୍ରା ଉଦଘାଟିତ 

masiha

Leave a Comment

error: Content is protected !!