ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସହିଦ୍ ରେଣ୍ଡୋ ମାଝୀ ଟି – ୧୦ ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା, ରୁପ୍ରା ଚାମ୍ପିଅନ୍ 

ରୁପ୍ରା, ୨୩/୧ (ମନିସ ) : ନର୍ଲାବ୍ଲକ୍ ବାଲିସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନ କନକପୁର ଗ୍ରାମରେ ସହିଦ୍ ରେଣ୍ଡୋ ମାଝୀ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଗତ ୧୫ ତାରିଖରୁ ଅନୁଷ୍ଠିତ ହେଉଥିବା ରେଣ୍ଡୋ ମାଝୀ ଟି – ୧୦ ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାସହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଉକ୍ତ ପ୍ରତିଯୋଗିତାରେ ୨୦ଟି ଗ୍ରାମାଞ୍ଚଳ କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଦିନ ଅତିଥି ଭାବରେ ବାଲିସିଙ୍ଗା ସରପଞ୍ଚ ପୂଜାସାରିନୋଭା ସ୍ୱାଇଁ, ସମିତି ସଭ୍ୟ ଧନୁର୍ଜୟ ବାହୁକ ଓ ଶିକ୍ଷାବିତ୍ ଜଗବନ୍ଧୁ ମାଝୀ ପ୍ରମୁଖ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଉନ୍ନତ ଖେଳ ପ୍ରଦର୍ଶନ କରି ରୁପ୍ରା RCC ଓ ବାଙ୍କେଲ୍ ଦଳ ଫାଇନାଲ୍ ରେ ପ୍ରବେଶ କରିଥିଲେ। ରୁପ୍ରା RCC କ୍ୟାପଟେନ୍ ଚୁଲେ ଗୌଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୩୭ ରନ୍ କରିଥିବା ବେଳେ ବାଙ୍କେଲ୍ ଦଳ ୧୦୦ ରନ୍ କରି ପରାଜିତ ହୋଇଥିଲେ।

ଫାଇନାଲ୍ ଖେଳରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତି ଯୋଗଦାନ କରି ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ରୁପ୍ରା ଦଳର ଅଧିନାୟକ ଚୁଲେ ଗୌଡ ମେନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିବା ବେଳେ ବାଙ୍କେଲ୍ ଦଳର ଖୁସିରାମ ମେନ୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ। ଉକ୍ତ ମ୍ୟାଚରେ ଅମ୍ପାୟାର୍ ଅଶୋକ ମାଝୀ ଓ ଦିନେଶ ମାଝୀ ରହିଥିବା ବେଳେ ସ୍କୋରର୍ ଯୁବରାଜ ମାଝୀ ଦାୟିତ୍ବ ତୁଲାଇ ଥିଲେ। ଧାରାବିବରଣୀ ପଦ୍ମନ ପଧାନୀ ଓ ସୁରେନ୍ଦ୍ର ପଟ୍ଟନାୟକ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସିଂଦେଓ ଉକ୍ତ ଖେଳ ପଡିଆର ଉନ୍ନତି ତଥା ଆୟୋଜକ ରେଣ୍ଡୋ ମାଝୀ ସାଂସ୍କୃତିକ ଅନୁଷ୍ଠାନ ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମତବ୍ୟକ୍ତ କରିଥିଲେ। ମଞ୍ଚ ପରିଚାଳନା ଅନୁଷ୍ଠାନର ସଭାପତି ଫଗନୁ ମାଝୀ କରିଥିବା ବେଳେ ସମ୍ପାଦକ ଡିଙ୍ଗର ମାଝୀ, କୋଷାଧ୍ୟକ୍ଷ ପ୍ରମୋଦ ସାହୁ, ତପନ ବେହେରା, କୃଷ୍ଣଚନ୍ଦ୍ର ରଣା, ହୃଦାନନ୍ଦ ରଣା, ନୀଳମଣି ପଟ୍ଟନାୟକ, ହେମନ୍ତ ଭୋଇ, ତୋଫାନ ରଣା, ଚିନ୍ମୟ ମାଝୀ, ଜିତେନ୍ଦ୍ର ରଣା, ରୁଷଭ ମାଝୀ ଓ ରାଷ୍ଟ୍ର ନିଆଲଙ୍କ ସମେତ କନକପୁର ଗ୍ରାମର ୧୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ନବରଙ୍ଗପୁର ରେ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମରେ ୫ ମ ବାର୍ଷିକ ରାଇରଙ୍ଗପୁର ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!