ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

ନବରଙ୍ଗପୁର ତା ୨୫/୦୧(ମସିହା) ଜାତୀୟ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକା ସଂଶୋଧନ କରାଯାଇ ଏହାର ଚୁଡାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୦୫ ତାରିଖ ରେ ପ୍ରକାଶ ପାଇଛି। ରାଜ୍ୟସ୍ତରରେ ଆଧାର ସଂଯୋଗରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହି କାର୍ଯ୍ୟର ଅନ୍ୟ ସମସ୍ତ ପର୍ଯ୍ୟାୟରେ ଉତ୍ତମ ପାରଦର୍ଶିତା ଅର୍ଜନ କରିପାରିଛି। ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଏହି ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ଅଧିକାରୀ ତଥା ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ରାଜ୍ୟସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାନ ଦିବସ ପାଳନ ଅବସରରେ ଭୁବନେଶ୍ଵର ଜୟଦେବଭବନ ଠାରେ ଅନୁଷ୍ଟିତ ସମାରୋହରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଗଣେଶ ଲାଲ ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କୁ ସମ୍ମାନିତ କରିଛନ୍ତି। ପ୍ରକାଶ ଯୋଗ୍ୟଯେ ରାଜ୍ୟସ୍ତରରେ ଭୋଟର ତାଲିକା ସଂଶୋଧନ ଓ ଆଧାର କାର୍ଡ ସଂଯୋଗରେ ନବରଙ୍ଗପୁର ଜିଲ୍ଲା ୯୩.୩୪ ପ୍ରତିଶତ ସଫଳତା ସହ ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ରହିଛି।ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର ମିଶ୍ର ଏହି ସଫଳତାର ସମସ୍ତ ଶ୍ରେୟ ଏଥି ସଂପୃକ୍ତ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ରାଜନୈତିକ ଦଳ, ଗଣ ମାଧ୍ୟମର ପ୍ରତିନିଧି ଙ୍କୁ ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

masiha

ଉଦଯାପିତ ହେଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ଅନୁଷ୍ଠିତ ଶିଶୁ ମହୋତ୍ସବ 

masiha

ଶ୍ରୀଯୁକ୍ତ କବିରାଜ ନାଏକ ଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା  

Leave a Comment

error: Content is protected !!