ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫ ଚୋରି ମଟର ସାଇକେଲ ସହ ବିପୁଳ ଚୋରି ସାମଗ୍ରୀ ଜବତ : ୧ ଗିରଫ

ଧର୍ମଗଡ:୨୫/୧/୨୩: ଗତ କିଛି ମାସ ହେବ ଧର୍ମଗଡ ଥାନା ଅଞ୍ଚଳ ରେ ମଟର ସାଇକେଲ ଚୋରି ବୃଦ୍ଧି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ନେଇ ଥାନା ରେ ମାମଲା ବଢ଼ୁ ଥିବା ବେଳେ ଏହା ପୁଲିସ ର ମୁଣ୍ଡ ବ୍ୟଥା ର କାରଣ ହୋଈ ଥିଲା । ତେବେ ବିଳମ୍ବ ରେ ହେଲେ ସୁଦ୍ଧା ପୁଲିସ ଚୋର କୁ ଗିରଫ କରିବାରେ ସଫଳ ହୋଇଛି ।

   ତଦନ୍ତ କାରୀ ଅଧିକାରୀ ସୁଶାନ୍ତ କୁମାର ସେଠୀ ଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ଧର୍ମଗଡ ପୁଲିସ ପକ୍ଷ ରୁ ମୂଖ୍ୟ ରାସ୍ତା ରେ ମଟର ସାଇକେଲ ଚେକିଂ ହେଉଥିଲା ବେଳେ ଏକ ନମ୍ବର ବିହୀନ ମଟର ସାଇକେଲ କୁ ପୁଲିସ ଅଟକେଇ ଥିଲା । ତଦନ୍ତ ବେଳେ ଏହି ଗାଡି ର କୌଣସି କାଗଜ ପତ୍ର ନଥିବା ପୁଲିସ ଜାଣିବାକୁ ପାଇଥିଲା । ସନ୍ଦେହ ରେ ଉକ୍ତ ମଟର ସାଇକେଲ କୁ ଜବତ କରି ଥାନା କୁ ନେଇ ଥିଲା । ବିଭିନ୍ନ ସୂତ୍ର ରୁ ଖବର ପାଇଁ ଏହି ଗାଡି ଚଲାଉଥିବା ଚାଳକ ସିଦ୍ଧାର୍ଥ ଦାସ ଙ୍କ ଭୀମ ଖୋଜ ପଡ଼ା ସ୍ଥିତ ଘରେ ପୁଲିସ ରାତି ରେ ଚଢାଉ କରି ଥିଲା । ଚଢାଉ ସମୟ ରେ ଉକ୍ତ ଯୁବକ ନିକଟ ରୁ ୫ଟି ବିଭିନ୍ନ ସ୍ଥାନ ରୁ ଚୋରି ହୋଈ ଥିବା ମଟର ସାଇକେଲ ଏବଂ ପାଣି ପମ୍ପ, ଗ୍ରିଲ କଟର, ବ୍ରେକର୍ , ୱେଲଡିଂ ମେସିନ, ଇଲେକ୍ଟ୍ରିକାଲ କରତ, ଷ୍ଟେବିଲାଇଯର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରା ଯାଇଛି । ଧର୍ମଗଡ ଥାନା ରେ କେସ ନଂ:୧୯/୨୩ ଦଫା ୪୫୭, ଆଇପିସି ୩୮୦ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସିଦ୍ଧାର୍ଥ ଦାସ ଓରଫ ଜୟନ୍ତ ଦାସ କୁ କୋର୍ଟ ଚାଲାଣ କରାଯାଇ ଥିବା ଆଈ ଆଈ ସି ଦୀପାଞ୍ଜଲି ପ୍ରଧାନ,ତଦନ୍ତ କାରୀ ଅଧିକାରୀ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି । ତେବେ ଏହି ଚୋରି ଜଣେ ବ୍ୟକ୍ତି ଦ୍ଵାରା ସମ୍ଭବ ନୁହେଁ ଏବଂ ଏଥି ରେ ଗୋଟିଏ ରେକେଟ ଥିବା ସାଧାରଣ ରେ ଆଲୋଚନା ହେଉଛି । ପୁଲିସ ଚୋରି ରେକେଟ୍ କୁ ଠାବ କରିବାକୁ ସାଧାରଣ ରେ ଦାବୀ ହେଉଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅବୈଧ ଲୁହାପଥର ଚାଲାଣ ଉପରେ ପୋଲିସର ଚଢ଼ାଉ: ୩ ଗିରଫ ୪୨ ଟନ୍‌ ଲୁହାପଥର ସହ ଟ୍ରକ, ଜେସିବି, ସ୍କର୍ପିଓ, ମୋବାଇଲ ଓ ୩ ଲକ୍ଷ ଟଙ୍କା ଜବତ

Sunil Chandra Nayak

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

ଶିମିଳିପାଳ ଅଭୟାରଣ୍ୟ ରୁ ୪ ହାତୀ ଦାନ୍ତ ସହିତ ଶିକାରୀ ଗିରଫ

Sunil Chandra Nayak

Leave a Comment

error: Content is protected !!