ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଆତ୍ମା ପକ୍ଷରୁ କୃଷକ ଗୋଷ୍ଠିଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୫/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଓ ଆତ୍ମାର ମିଲିତ ସହଯୋଗରେ ବୁଧବାର କୋକସରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ପରାମର୍ଶ କେନ୍ଦ୍ର ଆତ୍ମାର ଅଧ୍ୟକ୍ଷ ଋତୁରାଜ ମାଝୀଙ୍କ ଅଧ୍ୟକ୍ଷତାରେ କୃଷକ ଗୋଷ୍ଠି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜାମି ସୂର୍ଯ୍ୟା ରାଓ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ କୃଷି ଅଧିକାରୀ ହେମାନନ୍ଦ ମାଝୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ କୃଷି ଯନ୍ତ୍ରୀ ରଶ୍ମି ରଞ୍ଜନ ନାଏକ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସଭାପତି ମିଳିତ କୃଷକ ଏକତା ମଞ୍ଚ ଶିବ ପ୍ରସାଦ ପ୍ରଧାନୀ, ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ଯୋଗଦେଇ କୃଷି ଓ କୃଷକ ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଆତ୍ମା ଅଧୀନରେ ଚାଷୀଙ୍କ ପାଇଁ କାର୍ଯ୍ୟକାରୀ ହେଉଛି କୃଷକ ମାନେ ଏହାର ଲାଭ ନେବାକୁ ପରାମର୍ଶ ଦେଇଥିଲେ। କୃଷି ଯନ୍ତ୍ରପାତିର ଅଗ୍ରୀମ ବୁକିଂ ଓ କୃଷି ଉତ୍ପାଦିତ ବିକ୍ରି ବ୍ୟବସ୍ଥାକୁ ନେଇ ମଧ୍ୟ ଉପସ୍ଥିତ ଚାଷିଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବ୍ଲକର ଦୁଇ ସଫଳ ଚାଷି ଗୋକୁଳଚନ୍ଦ୍ର ଯୋଷୀ ଓ ଗୋଦାବରୀଶ ପାତ୍ର ଉପସ୍ଥିତ ଥିଲେ। ଆତ୍ମା ପକ୍ଷରୁ ବ୍ଲକର ୧୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ କୋକସରା ଗୋଷ୍ଠି ବୈଷୟିକ ପରିଚାଳକ ଆଶିଷ ପାଟିଲ, ବୈଷୟିକ ପରିଚାଳକ ହିମାଂଶୁ ଭୂଷଣ ଦାସ, ପ୍ରଦୀପ କିଶୋର ରଣା, ତପନ କୁମାର ବୈବର୍ତ ଭିଏଲଡବ୍ଲୁ କର୍ମଚାରୀ ଅଜିତ କୁମାର ସାହୁ, ଅଭିନାଶ ଠାକୁର, ଉପେନ୍ଦ୍ର ଜାଲ, ଟିକଚନ ମାଝୀ, ଟିକଚନ ଦଳପତି, ଅନୁସୂୟା ସିଂ, କଲ୍ୟାଣି ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କିଶନ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ହେମାନନ୍ଦ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅବ୍ୟବସ୍ଥାରେ ଘେରରେ ବେଲଗୁଣ୍ଠା ଏନଏସିର ସୌନ୍ଦର୍ଯ୍ୟ କରଣ 

Sunil Chandra Nayak

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

masiha

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

masiha

Leave a Comment

error: Content is protected !!