ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ର ଧାନ ମଣ୍ଡିରେ ପଡିଛି ଧାନ, ଶୀତ କାକରରେ ଜଗୁଛି ଚାଷୀ, ଶୋଷଣ ଚକ୍ରାନ୍ତରେ ମିଲର୍ସ  

କଳାହାଣ୍ଡି, ତା ୨୭.୦୧.୨୦୨୩ //   ସମଗ୍ର ଜିଲ୍ଲା ରେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡି ମାନଙ୍କରେ କୁଢ଼ କୂଢ ଧାନ ପଡି ରହିଥିବାର ଦେଖାଯାଉଛି । ଚାଷୀ ମାନେ ଶୀତ କାକର ରେ କଷ୍ଟ ଉପାର୍ଜିତ ଧାନ କୁ ଜଗୁଥିବା ବେଳେ କେବେ ଧାନ ଉଠାଣ ହେବ ତାହା ଜଣା ପଡୁ ନାହିଁ । ଅନେକଙ୍କ ଟୋକନ ଅବଧି ସରି ଆସୁଥିବା ବେଳେ ଅନେକ ମଣ୍ଡିରେ ଟ୍ୟାଗ ହୋଇଥିବା କଷ୍ଟମ ମିଲର୍ସ ଙ୍କର ଟାର୍ଗେଟ ସରି ଯାଇଥିବା କୁହା ଯାଉଛି । ଅନ୍ୟ ପକ୍ଷରେ କଷ୍ଟମ ମିଲର୍ସ ମାନେ ମଣ୍ଡିକୁ ଆସୁ ନ ଥିବା ବେଳେ ଚାଷୀଙ୍କ ଠାରୁ ସିଧା ସଳଖ ମିଲ ଗୋଦାମ କୁ ଧାନ ନେଇ ଯିବାକୁ ଅଧିକ ପସନ୍ଦ କରୁଥିବା ଆଲୋଚନା ହେଉଛି । ବର୍ତ୍ତମାନ ରବି ଚାଷ ଆରମ୍ଭ ହେବାକୁ ଥିବା ବେଳେ ଚାଷୀ କିପରି ନିଜ ଧାନ ଶୀଘ୍ର ବିକ୍ରି କରିଦେବ ସେହି ଚିନ୍ତାରେ ଯେ କୌଣସି ପ୍ରକାରେ ହେଉ ପଛେ ୧୧୦ କେଜି ରେ ଏକ କ୍ଵିଣ୍ଟାଲ ହିସାବ ହେଉ କି ମିଲ ରେ ଧାନ ପକାଇ ପରେ କାଗଜାତ କରିବା ହେଉ ପଛେ ଧାନ ବିକ୍ରି କରି ଦେବାକୁ ରାଜି ହୋଇ ଯାଉଥିବା ଆଲୋଚନା ହେଉଛି । ଏହାର ସୁଯୋଗ ନେଇ ଲାଭଖୋର ମିଲର୍ସ ଙ୍କ ମନ ମାନି ରେ ହିଁ ମଣ୍ଡି ଚାଲିଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଚଳିତ ଖରିଫ ଆରମ୍ଭ ପୂର୍ବରୁ ଅନେକ ମିଲର୍ସ ଗତ ରବି ର ଚାଉଳ ଭରଣ କରିବାକୁ ଆଗତୁରା ଚାଷୀଙ୍କ ଧାନ ସିଧା ସଳଖ ଉଠାଣ କରି ଦେଇଥିବା ବେଳେ ଚଳିତ ଖରିଫ ଧାନ କିଣା ଆରମ୍ଭ ହେବା ପରେ ସେହି ଧାନର କାଗଜାତ କରିଦେଇଥିବା ବେଳେ ମଣ୍ଡିରୁ ଧାନ ଉଠନ ହୋଇ ପାରୁ ନାହିଁ । ଜିଲ୍ଲାର ଭବାନୀପାଟଣା ଉପଖଣ୍ଡ ରେ ଧାନ ଉତ୍ପାଦନ କମ ରହିଥିବା ବେଳେ ଧର୍ମଗଡ ଉପଖଣ୍ଡରେ ଅପେକ୍ଷାକୃତ ଅଧିକ ଧାନ ଉତ୍ପାଦନ ହୋଇଥାଏ । ଯାହା ଫଳରେ ଭବାନିପାଟଣା ଉପଖଣ୍ଡ ରେ ଥିବା କଷ୍ଟମ ମିଲର୍ସ ମାନେ ହିଁ ବେଶୀ ପରିମାଣରେ ଧର୍ମଗଡ ଉପଖଣ୍ଡର ଚାଷୀଙ୍କ ଧାନ ଉଠାଣ କରିଥାନ୍ତି । ଅନ୍ୟ ପକ୍ଷରେ ଧର୍ମଗଡ ଉପଖଣ୍ଡର ମିଲର୍ସ ମାନେ ପ୍ରାୟତଃ ନିଜ ଅଞ୍ଚଳର ମଣ୍ଡି ମାନଙ୍କରେ ଧାନ ଉଠାଣ ଦାୟିତ୍ବ ରେ ଥିବା ବେଳେ ସେମାନେ ଚାଷୀଙ୍କ ଠାରୁ ସିଧା ସଳଖ ମିଲ କୁ ନେବାକୁ ଓ ପରେ କାଗଜାତ କରାଇନେଉଥିବାର ଦେଖା ଯାଇଥାଏ । ଧର୍ମଗଡ ଉପଖଣ୍ଡ ରେ ପ୍ରାୟତଃ ଜୁନାଗଡ ବ୍ଲକ ଅଞ୍ଚଳରେ ଅଧିକ ଧାନ ଉତ୍ପାଦନ ହେଉଥିବା ବେଳେ ସେହି ଅଞ୍ଚଳର ଚାଷୀଙ୍କ ସମସ୍ୟା ଅଧିକ ହେଉଥିବାର ଅନେକ ଉଦାହରଣ ରହିଛି । ଏପରିକି ହାବସପୁର ଧାନ ମଣ୍ଡିରେ ଅତୀତରେ ରବି ଋତୁର ଧାନ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମଣ୍ଡିରେ ପଡି ରହିଥିବାର ଦେଖାଯାଇଥିଲା । ଏହି ହାବସପୁର ମଣ୍ଡିରେ ବିଶେଷ କରି ଜୈନିକ କଷ୍ଟମ ମିଲର୍ସଙ୍କର ଚାଷୀଙ୍କୁ ଶୋଷଣ କରିବାର ମାନସିକତା ଯୋଗୁ ଚାଷୀ ହଇରାଣ ହେଉଥିବା ଅନେକ ଅଭିଯୋଗ ହୋଇଥାଏ । ତଥାପି ଯେମିତ ହେଉ ଧାନ ଉଠାଣ ହୋଇଯାଉ ବୋଲି ଚାଷୀ ମାନେ ନୀରବ ରେ କ୍ଷତି ହେଲେ ମଧ୍ୟ ସହି ଯାଉଥିବା ବେଳେ କୋରଡପତି ବାପ କା ବିଗଡ଼ା ହୁଆ ବେଟା ଭଳି ଜୈନିକ କଷ୍ଟମ ମିଲର୍ସ ଚାଷୀଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି । ସମ୍ପୃକ୍ତ ମିଲର୍ସ ସିଧା ସଳଖ ମିଲ କୁ ଧାନ ନେବାକୁ ଅଧିକ ପସନ୍ଦ କରୁଥିବା ବେଳେ ମଣ୍ଡିକୁ ଆସିଲେ ମଧ୍ୟ ଧାନ ଉଠାଣ କରୁନ ଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଏପରିକି ସେହି ମିଲର୍ସ କୁ ଧାନ ପଠାଇ ଦେଲେ ଓଜନରେ କମିଯାଉଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଏପରିକି ଜୈନିକ ଚାଷୀ ସମ୍ପୃକ୍ତ ମିଲର୍ସ ଙ୍କୁ ୫୦ କେଜି ବସ୍ତାରେ ୧୨୦ ବସ୍ତା ପଠାଇ ଥିବା ବେଳେ ମିଲର୍ସଙ୍କ ପାଖରେ ଓଜନ କରିବାରେ ୧୦ କେଜି କଟନୀ ପରେ ମଧ୍ୟ ସେହି ଧାନ ୪୮ କ୍ଵିଣ୍ଟାଲ ର ହିସାବ ହୋଇ କାଗଜାତ କରିଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଚାଷୀଙ୍କୁ ଏହିପରି ଶୋଷଣ କରୁଥିବା ମିଲର୍ସ ଦାମି କାର, ବେଙ୍କ ବାଲାନ୍ସ ଓ ମଲଟୀ ଷ୍ଟୋରେଡ ବିଲଡିଙ୍ଗ ରେ ନିଜକୁ ନିଜେ ଫୁଲାଇ ହୋଇ ଚାଷୀଙ୍କୁ ହୀନ ଦୃଷ୍ଟି ରେ ଦେଖୁଥିବା ଆଲୋଚନା ହେଉଛି । କ୍ଵିଣ୍ଟାଲ ପିଛା ଦଶ କେଜି ଧାନ ସାଙ୍ଗକୁ ଧାନ ର ଓଜନ ହିସାବ ରେ ଠକି ନେଇ ନିଜସ୍ବ ପାଣ୍ଠି ବୃଦ୍ଧି କରୁଥିବା ସେହି ମିଲର୍ସ ଯୋଗୁଁ ହିଁ ଜିଲ୍ଲାର ସମସ୍ତ ମିଲର୍ସ ବଦନାମ ହେଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଅତୀତରେ କଳାହାଣ୍ଡିର ମିଲର୍ସ ବେଆଇନ କାରବାର ରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହୋଇଥିବା ବେଳେ ଚାଷୀଙ୍କ ଦଶ କେଜି ଧାନ ନେଇ ମିଲର୍ସ ବଡ ଲୋକି ସାଜୁଥିବା ସାଧାରଣରେ ଆଲୋଚନା ହେଉଛି । ଏସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ମାତୃଭାଷା ଦିବସ ପାଳନ 

Sunil Chandra Nayak

ଧର୍ମଗଡ ବ୍ଲକ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବଜିତ ବେହେରାଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା,ରାଜ୍ୟ ଆଇନଜୀବୀ ପରିଷଦ ଆହ୍ୱାନ ରେ ରାଜ୍ୟବ୍ୟାପୀ ଓକିଲ ଙ୍କ ଆନ୍ଦୋଳନ ରେ ସାମିଲ ହେଲା ରାଉରକେଲା ଓକିଲ ସଂଘ

Sunil Chandra Nayak

Leave a Comment

error: Content is protected !!