ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତ କିସାନ୍ ମର୍ଚ୍ଚାର ଦାବିପତ୍ର ପ୍ରଦାନ

ଚନ୍ଦାହାଣ୍ଡି(ମ ନି ସ ) କୃଷକ ଆନ୍ଦୋଳନ କୁ ଦେଇଥିବା ପ୍ରତିଶୃତି କୁ ବିଶ୍ୱାସଘାତକତା କରିଥିବା ମୋଦି ସରକାର ବିରୋଧ ରେ କୃଷକମାନଙ୍କର ନ୍ୟାଯ୍ୟ ଦାବି ହାସଲ ପାଇଁ 26 ଜାନୁୟାରୀ 2023 ଦେଶବ୍ୟାପୀ ଗଣ ପ୍ରତିବାଦ ଅବସରରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଂଯୁକ୍ତ କିଷାନ ମୋର୍ଚ୍ଚା-ଓଡିଶା ନବରଙ୍ଗପୁର ଜିଲ୍ଲା ଆବାହକ ରାଜେଶ ଜାନୀ ଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନୂଆଁଖାଉ ଭତ୍ରା,ରବି ସାନ୍ତା , ଦାସ ସାନ୍ତା, ଚତୁର୍ ସିଂ ନାୟକ , ଘାସିରାମ ମାଝୀ , ଦର୍ଶନ ସାନ୍ତା , ପବିିତ୍ର ସୁନାନି, ଜୟମଲ ନାଗ , ପାଣ୍ତବ ସାନ୍ତା , ନରସିଂହ ବିନ୍ଧାଣୀ , ମହନ ବେଶନା, ପରଶୁ ବାଘ , ନରହରି ଧୂରୁଆ , ହରି ମାଝି , ସୁରେନ୍ଦ୍ର ସାନ୍ତା , ପୁରସ୍ତମ ସନ୍ତା , ରାଜୁ ସାନ୍ତା , ପାର୍ବତୀ ଧୁରୁଆ , ସୁର୍ଯ୍ୟ ସାନ୍ତା , ଉର୍ମିଲା ସାହୁ ଓ ମଞ୍ଜୁଳା ମାଝୀ ଓ ୬୦୦ ରୁ ଉର୍ଦ୍ଧ୍ୱ କୃଷକ ,ଶ୍ରମିକ , ଛାତ୍ର ଓ ଯୁବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଓ ଚନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଏବଂ ତହସିଲଦାର ଜି ରଶ୍ମିରେଖା ଙ୍କୁ ୨୦ ଦଫା ଦାବି ପତ୍ର ପ୍ରଦାନ କରା ଯାଇଥିଲା ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

Sunil Chandra Nayak

ବସୋଈ ଗ୍ରାମପଞ୍ଚାୟତ ର ଓଡିଶା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ 

କିନ୍ନର ରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ

Sunil Chandra Nayak

Leave a Comment

error: Content is protected !!