ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

କୋକସରା,୨୭/୦୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ଆମପାଣି ଗ୍ରାମରେ ଥିବା ବଡବନ୍ଧ ପୋଖରୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମପାଣି ପଞ୍ଚାୟତ ସରପଞ୍ଚ ରୁକ୍ମଣୀ ବାଣୁଆଙ୍କ ସଭାପତିତ୍ୱରେ ପଞ୍ଚାୟତ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଡ଼ବନ୍ଧ ପୋଖରୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ ବାଗ, ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ସହ ଗ୍ରାମବାସୀ ମନୋରଞ୍ଜନ ବାଣୁଆ, ଜିତେନ୍ଦ୍ର ପଣ୍ଡା ଫକୀର ପୁଝାରି, ସୁରେଶ ସାହୁ, ବିଜୟ ପଣ୍ଡା, ଶିବରାମ ପାତ୍ର, ଆଶୁତୋଷ ପୁରୋହିତ, ତିଲୋତ୍ତମା ନାଏକ ପଞ୍ଚାୟତର ୱାର୍ଡ଼ ମେମ୍ବର ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ ଏହି ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ବିଧାୟକ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୯ ଲକ୍ଷ, ବ୍ଲକ ସମିତି ଜି.ଆଇ ଅନୁଦାନ ରୁ ୧୦ ଲକ୍ଷ, ବ୍ଲକ ଅଧ୍ୟକ୍ଷାଙ୍କ ଅନୁଦାନ ରୁ ଶୌଚାଳୟ ପାଇଁ ୩ ଲକ୍ଷ ୬୦ ହଜାର ଓ ମନରେଗା ଯୋଜନାରୁ ପଞ୍ଚାୟତ ପକ୍ଷରୁ ୧୦ ଲକ୍ଷ ସର୍ବମୋଟ ୩୨ ଲକ୍ଷ ୬୦ ହଜାର ଟଙ୍କା ଅନୁଦାନ ରାଶି ଏହି ପୋଖରୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବାନେଇ ସୁଚନା ମିଲିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଏନଆଇଟି ରାଉରକେଲା ଏନସିସି କ୍ୟାଡେଟମାନଙ୍କ ପାଇଁ୧୨ ଦିନିଆ ଆଡଭାନ୍ସ ଲିଡରସିପ୍ କ୍ୟାମ୍ପ ଆରମ୍ଭ

masiha

ମାଉଣ୍ଟେନ୍ ୟୁଥ୍ ସେକେଣ୍ଡାରି ବିଦ୍ୟାଳୟ ନର୍ଲା ର ସପ୍ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

masiha

Leave a Comment

error: Content is protected !!