ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ: 26 ଜାନୁୟାରୀ 2023 ଦେଶବ୍ୟାପୀ ଟ୍ରାକଟର – ଲଗଂଲ ପଟୁଆର ଏବଂ ଗଣ ପ୍ରତିବାଦ

ଚଳିତ ମାସ 26 01 2023 ତାରିଖରେ ସଂଯୁକ୍ତ କିଷାନ ମୋର୍ଚା ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେଏକ ଗଣପ୍ରତି ବାଦ କରିବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ 15 ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

     ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱ ରେ ହୋଇଥିବା କୃଷକ ଆନ୍ଦୋଳନ କୁ ମୋଦି ସରକାର ଯେଉଁସବୁ ପ୍ରତିଶୃତି ଦେଇଥିଲେ ତାହା ଏପର୍ଯ୍ୟନ୍ତ ପାଳନ କଲେ ନାହିଁ । କୃଷକ ମାନଙ୍କର ନ୍ୟାୟପୂର୍ଣ୍ଣ ଦାବୀ ଗୁଡିକ ସମ୍ପର୍କ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ 6 ଦଫା ସମ୍ବଳିତ ଏକ ସ୍ମାରକ ପତ୍ର 21,ନଭେମ୍ବର 2021 କେନ୍ଦ୍ର ସରକାରଙ୍କୁ ଦିଆ ଯାଇଥିଲା l ଏହାକୁ ଗ୍ରହଣ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଗତ ତା 09, ଡିସେମ୍ବର 2021ରିଖ ରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତୃବୃନ୍ଦ ଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ଏହି ଚିଠି ରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ସେ ବିଭିନ୍ନ ପ୍ରସଙ୍ଗରେ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଆଶ୍ୱାସନା ଦେଇଥିଲେ ଓ ଐତିହାସିକ ଚାଷୀ ଆନ୍ଦୋଳନ କୁ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ । ଏହି ଚିଠି କୁ ଭିତ୍ତିକରି ସଂଯୁକ୍ତ କୃଷକ ମୋର୍ଚ୍ଚା 11,ଡିସେମ୍ବର 2021 ରେ ଦିଲ୍ଲୀ ର ସମସ୍ତ ସୀମାରୁ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା । ଆନ୍ଦୋଳନ ପ୍ରତ୍ୟାହାର ହେବାର ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଇଥିବା କୌଣସି ପ୍ରତିଶୃତି ପୂରଣ କରିନାହାନ୍ତି ।

ସ୍ୱାମୀନାଥନ କମିଶନ ଙ୍କ ସୁପାରିଶ (C2+50%) ଅନୁଯାୟୀ ସମସ୍ତ କୃଷି ଉତ୍ପାଦିତ ଫସଲ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଆଇନ ପାଇଁ ସଂସଦରେ ତୁରନ୍ତ ପ୍ରଣୟନ କରାଯାଉ ।ବର୍ତ୍ତମାନ କେନ୍ଦ୍ର ସରକାର ଏମ୍ଏସ୍ ପି ପାଇଁ ଯେଉଁ କମିଟି ଗଠନ କରିଛନ୍ତି ଏବଂ ଏହି କମିଟି ଫସଲର ଉତ୍ପାଦନ ମୂଲ୍ୟ ସଂପର୍କରେ ଯାହା ପ୍ରକାଶ କରିଛନ୍ତି, ତାହା ଚାଷୀ ଫସଲର ପ୍ରକୃତ ଉତ୍ପାଦନ ମୂଲ୍ୟ ଠାରୁ ଯଥେଷ୍ଟ କମ୍ ଅଟେ । ଏହି କମିଟି କୁ ପ୍ରତ୍ୟାହାର କରାଯାଉ ।କୃଷିଜାତ ସାମଗ୍ରୀ ର ଏମ ଏସ ପି ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ସମେତ ବିଭିନ୍ନ ଚାଷୀ ପ୍ରତିନିଧି ମାନଙ୍କୁ ନେଇ ନୂତନ କମିଟି ଗଠନ କରାଯାଉ । କୃଷି ଉପକରଣ ର ମୂଲ୍ୟ ବୃଦ୍ଧି,କୃଷି ଫସଲର ଉତ୍ପାଦନ ମୂଲ୍ୟ ବୃଦ୍ଧି ସାଂଗକୁ ଚାଷୀ ଫସଲର ଉଚିତ୍ ଦର ପାଉ ନଥିବାରୁ ଶତକଡ଼ା 80 ଭାଗ ଚାଷୀ ବ୍ୟାପକ ଋଣଗ୍ରସ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ କିଛି ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତିରେ ଚାଷୀ ମାନଙ୍କର ସମସ୍ତ ପ୍ରକାରର ଋଣ ଛାଡ଼ କରାଯାଉ l 

ବିଦ୍ୟୁତ ସଂଶୋଧନ ବିଲ୍, 2022 କୁ ପ୍ରତ୍ୟାହାର କରାଯାଉ । 9,ଡିସେମ୍ବର 2021 ରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପାଖକୁ ଏକ ଚିଠି ଆସିଥିଲା ଯେଉଁଥିରେ ଆଶ୍ୱାସନା ଦିଆଯାଇଥିଲା ଯେ ସଂଯୁକ୍ତ କୃଷକ ମୋର୍ଚ୍ଚା ସହିତ ଆଲୋଚନା କରି ଏହି ବିଲ୍ କୁ ସଂସଦରେ ଉପସ୍ଥାପନ କରିବାକୁ, କିନ୍ତୁ ସଂଯୁକ୍ତ କୃଷକ ମୋର୍ଚ୍ଚା ସହିତ କୌଣସି ଆଲୋଚନା ନକରି ଏହି ବିଲ୍ କୁ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିଛନ୍ତି ।

.ଲକ୍ଷ୍ମୀପୁର ଖେରୀ ଜିଲ୍ଲା ରେ ଚାଷୀଆନ୍ଦୋଳନ ଚାଲିଥିବା ବେଳେ 4 ଜଣ ଚାଷୀ ଏବଂ ଜଣେ ସାମ୍ବାଦିକ ଙ୍କୁ ଗାଡି ଚଢାଇ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳୀ ରୁ ବହିଷ୍କାର କରିବା ସହିତ ତାଙ୍କୁ ଗିରଫ କରାଯାଇ ଜେଲଖାନାକୁ ପଠାଯିବାକୁ ବ୍ୟବସ୍ଥା କରାଯାଉ ।

ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ମକଦ୍ଦମା ରେ ଜେଲଖାନାରେ ପୁରାଇ ରଖାଯାଇଥିବା ନିରୀହ ଚାଷୀମାନଙ୍କୁ ଅବିଳମ୍ବେ ଖଲାସ କରାଯାଉ, ସେମାନଙ୍କ ବିରୁଦ୍ଧରେ କରାଯାଇଥିବା ମିଥ୍ୟା ମକଦ୍ଦମା କୁ ପ୍ରତ୍ୟାହାର କରାଯାଉ । ଲକ୍ଷ୍ମୀପୁର ଖେରୀ ରେ ସହୀଦ ହୋଇଥିବା ଓ ଗଭୀର ଆଘାତ ପାଇଥିବା ପରିବାର ଗୁଡିକୁ କ୍ଷତିପୂରଣ ପାଇଁ ସରକାର ଦେଇଥିବା ପ୍ରତିଶୃତି ଅବିଳମ୍ବେ ପୂରଣ କରାଯାଉ । 

ବନ୍ୟା, ବାତ୍ୟା,ମରୁଡି, ଅଦିନିଆ ରେ ଅତ୍ୟଧିକ ବର୍ଷା, ଫସଲ ପୋକ ଜନିତ ରୋଗ, ବିଭିନ୍ନ ବନ୍ୟଜନ୍ତୁ ଓ ପଶୁ ଆଦି ଜନିତ କ୍ଷୟକ୍ଷତି ଭରଣା ପାଇଁ “ଏକ କୃଷକ ସପକ୍ଷବାଦୀ ଫଳପ୍ରଦ ଫସଲ ବୀମା ଯୋଜନା” ପ୍ରଚଳନ କରାଯାଉ ।

ସମସ୍ତ ମଧ୍ୟମ, କ୍ଷୁଦ୍ର, ନାମ ମାତ୍ରଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକ ମାନଙ୍କ ପାଇଁ ମାସିକ 5000/ ଟଙ୍କା ପେନସନ ଯୋଜନା ଆମ ଦେଶରେ କାର୍ଯ୍ୟକାରୀ କରାଯାଉ ।

ବିଜେପି ଶାସିତ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟ ଗୁଡିକ ରେ 2020-21 ର ଐତିହାସିକ ଚାଷୀ ଆନ୍ଦୋଳନ ସମୟରେ ଆନ୍ଦୋଳନ ରତ ଚାଷୀଙ୍କ ଉପରେ ହୋଇଥିବା ମିଥ୍ୟା ମକଦ୍ଦମା ତୁରନ୍ତ ପ୍ରତ୍ୟାହାର କରାଯାଉ ।

ଐତିହାସିକ ଚାଷୀ ଆନ୍ଦୋଳନ ରେ ସହୀଦ ହୋଇଥିବା ସମସ୍ତ 715 ସହୀଦ ପରିବାର ଗୁଡିକୁ ଅବିଳମ୍ବେ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ । ସେମାନଙ୍କ ଥଇଥାନ ଓ ପରିବାର ଗୁଡିକ ବଞ୍ଚିବା ର ଦାୟିତ୍ବ କେନ୍ଦ୍ର ସରକାର ନିଅନ୍ତୁ । ଏହି ସହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମାରକୀ ନିର୍ମାଣ ପାଇଁ ଦିଲ୍ଲୀ ର ସିଙ୍ଘୁ ବୋର୍ଡର ରେ ଆବଶ୍ୟକୀୟ ଜମି ପ୍ରଦାନ କରାଯାଉ । କୃଷକ ଆନ୍ଦୋଳନ ସମୟ ରେ ବିଜେପି ଶାସିତ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟ ରେ କୃଷକ ମାନଙ୍କ ଉପରେ ହୋଇଥିବା ମିଥ୍ୟା ମୋକଦ୍ଦମା ତୁରନ୍ତ ପ୍ରତ୍ୟାହାର କରାଯାଉ l ଜଙ୍ଗଲଅଧିକାରଆଇନ-2006 କୁ ଆକାମୀ କରିବା ଏବଂ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ର କର୍ପୋରେଟକରଣ ପାଇଁ ଉଦ୍ଦିଷ୍ଟ ଜଙ୍ଗଲ(ସଂରକ୍ଷଣ) ନିୟମାବଳୀ -2022 କୁ ତୁରନ୍ତ ପ୍ରତ୍ୟାହାର କରାଯା | ଓଡିଶା ର କୃଷକ ଉପ୍ତାଦନ କରୁଥିବା ସମସ୍ତ ଧାନ କୁ ସରକାରୀ ମଣ୍ଡି ବ୍ୟବସ୍ଥା ରେ କ୍ରୟ କରାଯାଉ l ଚାଷୀ ଏବଂ ଭାଗଚାଷୀ ସମସ୍ତଙ୍କ ଠାରୁ ଧାନ କ୍ରୟ କୁ ସୁନିଶ୍ଚିତ କରାଯାଉ l ଧାନ କୁଇଣ୍ଟାଲ ପ୍ରତି 3000/ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଉ l କେନ୍ଦ୍ର ସରକାର ଏମ ଏସ ପି ଲାଗୁ କଲା ପର୍ଯ୍ୟନ୍ତ ରାଜ୍ୟ ସରକାର ଚାଷୀଙ୍କୁ ବୋନସ ପ୍ରଦାନ କରାଯାଉ l

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାରା ରାଜ୍ୟରେ ଚାଷୀମାନଙ୍କର ସମସ୍ତ ବକେୟା ବୀମାରାଶି ତୁରନ୍ତ ପୈଠ କରାଯାଉ l କୃଷକ ମାନଙ୍କର ଫସଲ ଜନିତ ସମସ୍ତ କ୍ଷତି କୁ ଭରଣା କରିବା ପାଇଁ ଓଡିଶା ସରକାର ତରଫରୁ ରାଷ୍ଟ୍ରାୟତ ବୀମା କମ୍ପାନୀ ଜରିଆରେ ଏକ ଫସଲ ବୀମା ଯୋଜନା ପ୍ରଣୟନ କରାଯାଉ l

ଭାଗଚାଷୀଙ୍କୁ ଚାଷୀ ର ମାନ୍ୟତା ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ “ଏକ ଭାଗଚାଷୀ ସୁରକ୍ଷା ଆଇନ” ପ୍ରଣୟନ କରାଯାଉ l ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ପ୍ରତ୍ୟାହାର କରାଯାଉ l ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମନରେଗା ରେ ବାର୍ଷିକ 200 ଦିନର କାମ ଏବଂ ଦୈନିକ 600/ ଟଙ୍କା ମଜୁରୀ ଘୋଷଣା କରାଯାଉ l ଅନାସିମ ଶବର ରାଜ୍ୟ ସଭାପତି,ତ୍ରିପତି ଗମାଙ୍ଗ,ବୃନ୍ଦାବନ ବିଡିକା ମିନ ଶବର, ଦାସୁରୁ ପାତିକା,ରମେଶ ବିଡିକା ସଞ୍ଜୀବ ଶବର ଓ ଅନେକ ସହଯୋଗୀ ଏବଂ କର୍ମୀ ଯୋଗଦେଇଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ଶ୍ରୀ ସତ୍ୟ ସାଇ ଭ୍ରାମ୍ୟମାଣ ଚିକିତ୍ସାଳୟ ପକ୍ଷରୁ ସମ୍ପୂର୍ଣ ନିଃଶୁଳ୍କ ତଥା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ୭୪ ତମ ବନ ମହୋତ୍ସବ ପାଳିତ

କିଟ ତରଫରୁ କନ୍ଧମାଳ ଜିଲ୍ଲା ମହାସିଙ୍ଗ ଓ ବଇଡା ଠାରେ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଡେ ବର୍ଡିଂ ବିଦ୍ୟାଳୟ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!