ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ 

ଗୋଲାମୁଣ୍ଡା- ତା ୨୮.୧.୨୦୨୩ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ର ବିକାଶ ପାଇଁ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଯୋଗ ଦେଇ ଉପସ୍ଥିତ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ସମନ୍ଵୟ ହୋଇ ପାରିବ ବୋଲି ମତ ଦେଇଥିଲେ। ପ୍ରାଧ୍ୟାପକ ସରୋଜ କାନ୍ତ ରଥ , ବିଜୟ କୁମାର ସାହୁ , ପ୍ରବୀର କୁମାର ରାୟ, ଶାନ୍ତନୁ କୁମାର ପରିଡ଼ା, ଘନଶ୍ୟାମ ଭାଟି, ପ୍ରଦୀପ କୁମାର ମିଶ୍ର, ଯଯାତି କେଶରୀ ରାଉତ, ସନ୍ଦୀପ କାନୁନଗୋ, ସୋଭାଗିନୀ ନାୟକ, ତ୍ରିନାଥ ପଟ୍ଟନାୟକ, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଅଭିଭାବକଙ୍କୁ ଶିକ୍ଷା ଦାନ ଓ ଶିକ୍ଷଣ ବ୍ୟବସ୍ଥା ରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ୧୨୨ ଜଣ ଅଭିଭାବକ ଯୋଗ ଦେଇ ଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଭାଇବ୍ରାଣ୍ଟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

Sunil Chandra Nayak

ଭଙ୍ଗା ପୋଲ ସାଜିଛି ବାଧକ ! ଆମ୍ବୁଲାନ୍ସରେ ଯିବା ପାଇଁ ରୁଆଁସି ଗ୍ରାମ ଉପରେ ନିର୍ଭର କରୁଛନ୍ତି ସୁରିଆଗଡା ଗ୍ରାମବାସୀ 

Sunil Chandra Nayak

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

masiha

Leave a Comment

error: Content is protected !!