ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ସଦରମହକୁମା ନିକଟସ୍ଥ ସରୁଗୁଡ଼ା ଗ୍ରାମରେ ସ୍ଥାପିତ ଗୋବିନ୍ଦାଳୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନ ଦ୍ୱାରା ୭୪ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ନବରଙ୍ଗପୁର ଇତିହାସରେ ପ୍ରଥମ ଥର ପାଇଁ କିନ୍ନର ଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସୁଯୋଗ ଦିଆଗଲା। ଏହି ଅବସରରେ ଜିଲ୍ଲା କିନ୍ନର ସଙ୍ଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମିକି କିନ୍ନର ସମେତ ସୋନା, ପ୍ରୀତି, ଗୁଗୁ, ସୃତି, ଅନିତା ଓ ବର୍ଷା କିନ୍ନର ସମେତ ଅନ୍ୟ ସଦସ୍ୟ ମାନେ ଭାଗ ନେଇଥିଲେ। ଗୋବିନ୍ଦାଳୟ ର ମୁଖ୍ୟ ସାନମୁଗା ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କିନ୍ନର ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି।କିନ୍ନର ମାନଙ୍କୁଏ ପ୍ରକାର ସୁଯୋଗ ଦେଇ ଥିବାରୁ ଜିଲ୍ଳା କିନ୍ନର ସଙ୍ଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ର ପ୍ରମୁଖ ଗୋବିନ୍ଦାଳୟ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ଖବର ପ୍ରାସାରିତ ହେବା ପରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଙ୍କ ଠାରୁ ଗୋବିନ୍ଦାଳୟ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଙ୍କୁ ଶୁବେଛା ଜଣାଇଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

ନବରଙ୍ଗପୁର ରେ ବକରା ଇଦ ପାଳିତ 

masiha

ଚାରି ଦିନ ହେଲା କାମ କରୁନାହିଁ ଗୋଳାମୁଣ୍ଡା ଏସ ବି ଆଇ ଏ ଟି ଏମ ଲୋକେ ହଇରାଣ

Sunil Chandra Nayak

Leave a Comment

error: Content is protected !!