ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବଭାରତୀୟ ସ୍ତରରେ ଗାନ୍ଧୀଜୀ ଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ

 ନବରଙ୍ଗପୁର :(ମସିହା) ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖ କୁ ସର୍ବ ଭାରତୀୟ ସ୍ତରରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ମହାତ୍ମା ଗାନ୍ଧୀ ଙ୍କୁ ନାଥୁରାମ ଗଡ଼ସେ ଗୁଳି କରି ହତ୍ୟା କରିଥିଲେ । ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ସର୍ବ ଭାରତୀୟ ସ୍ତରରେ, ବିଭିନ୍ନ ଅନୁଷ୍ଠାନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଅହିଂସା ଓ ଶାନ୍ତି ଦିବସ ରୂପେ ପାଳନ କରାଯାଉଅଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଲିମ ଗ୍ରହଣ କରୁଥିବା ପ୍ରାଶାସନିକ ଅଧିକାରୀ ନୈବେଦ୍ୟ କୁମାର ଭୋଇ, ଅନୁପମ ଆଚାର୍ଯ୍ୟ, ସୌଦାମିନୀ ମାଝୀ, ମାନସ ପାଣିଗ୍ରାହୀ, ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଆଦର୍ଶ ପାଠାଗାରର ଗୋପବନ୍ଧୁଙ୍କ ସମ୍ପର୍କୀତ ପ୍ରତିଯୋଗିତା ଆସନ୍ତା ୨୨ରେ….

masiha

ଆଦିବାସୀ ଭାଷା ସାନ୍ତାଳୀ ଓ ହୋ ମୁଣ୍ଡା ଭାଷାରେ ରେଳ ଷ୍ଟେସନ ଗୁଡିକରେ ନାମଫଳକ ଲେଖିବା ଓ ସୂଚନା ପ୍ରସାରଣ ପାଇଁ ଦାବି

masiha

ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘଠନ ର କାର୍ଯ୍ୟକାରିଣୀ ସମିତି କୁ ମନୋନୀତ ହେଲେ ହୃଷିକେଶ ମିଶ୍ର

Sunil Chandra Nayak

Leave a Comment

error: Content is protected !!