ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତର ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଶୁକ୍ରବାର ଉଦଘାଟନ ହୋଇଯାଇଛି l ଏହି ଅବସରରେ କଳାହାଣ୍ଡି ର ଟିଡିସିସି ଶାଖା ପରିଚାଳକ ଶୈଳେଶ କୁମାର ସାହୁ, ଏଫଓ ବିପିନ ରଥ, ଏଏମଓ ସୌଭାଗ୍ୟ ସାହୁ, ୱାସନ୍ ର ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ପୂଜା ବର୍ମା, କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ଏଓ ଅରୁଣ ଚନ୍ଦ୍ର ପାଢ଼ୀ, ଗ୍ରାମ୍ୟ କୃଷି କର୍ମୀ ନବୀନ କୁମାର ମାଝୀ, ମାଣ୍ଡିଆ କିଣାବିକା ପରିଚାଳନା ଅନୁଷ୍ଠାନ ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଅରମାନ ମିଶ୍ର ପ୍ରମୁଖ ଯୋଗଦେଇ ମାଣ୍ଡିଆ ମଣ୍ଡିକୁ ଉଦଘାଟନ କରିବା ସହ ମଣ୍ଡିରେ କିଭଳି ଉତ୍ତମ ମାନର ମାଣ୍ଡିଆ ଆସିବ, ସେ ଦିଗରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ଭାନୁମତି ପଧାନ, ଶ୍ରଦ୍ଧାଞ୍ଜଳି ବାଗ, ଜୀବର୍ଦ୍ଧନ ସାହୁ, ପ୍ରବୀଣ ଭୋଇ, ବାଲ୍ମୀକି ଛତ୍ରୀଆ, ଚାଷୀ ପୂର୍ଣ୍ଣ ମାଝୀ, ଶମ୍ଭୁ ସାହୁ, କ୍ଷୀର କୁମାର, କୃଷ୍ଣ ନାଗ, ଶତ୍ରୁଘ୍ନ ରଣା, ସତ୍ୟସାଇ ପଧାନ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାସ୍ତା କଡ଼ରେ ବିଦ୍ୟୁତ ତାର ଉପରେ ମାଡ଼ି ବସିଛି ବିଶାଳ ବୃକ୍ଷ୍

Sunil Chandra Nayak

ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ବାସ୍ଥ୍ୟ ପରାମର୍ଶ କର୍ମଶାଳା ଆସନ୍ତା ୧୬ ରୁ….

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

masiha

Leave a Comment

error: Content is protected !!