ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧାନ ଓ କୁଇ ଭାଷା ଉପରେ ବୈଠକ

ନର୍ଲା (ମନିସ) ନର୍ଲା କନ୍ଧ ସମାଜର ସଂସ୍କୃତି ଭବନ ଠାରେ କନ୍ଧ ସଂସ୍କୃତିର ଗବେଷକ ମେଦିନୀଧର ଜାନୀଙ୍କ ତତ୍ବାବଧାନରେ କନ୍ଧାନ ଓ କୁଇ ଭାଷା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାର ସଭାପତି ଦେବରାଜ ପାଟମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ମାଁ ଡୁକୁରୀ ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା। କନ୍ଧ ସମାଜର ଗବେଷକ ମେଦିନୀଧର ଜାନୀ କନ୍ଧାନ ଭାଷା ଓ କୁଇ ଭାଷା ଉପରେ ଆଲୋଚନା କରିବା ସହ ସରଳ କନ୍ଧଭାଷା ଓ ବ୍ୟାକରଣ ପାଇଁ ଏକ ପୁସ୍ତକ ପ୍ରକାଶ କରାଯିବ ବୋଲି କହିବା ସହିତ ଭାଷା ବଞ୍ଚିଲେ କନ୍ଧ ସମାଜ ବଞ୍ଚିବ ବୋଲି ମତପୋଷଣ କରିଥିଲେ। ଚଳିତ ଫେବୃଆରୀ ମାସରେ ମାତୃଭାଷା ଦିବସ ପାଳନ କରାଯିବ ବୋଲି କନ୍ଧାନ କବି କ୍ଷିତିଶ ଚନ୍ଦ୍ର ମାଝୀ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ନବ ନିର୍ମିତ କନ୍ଧ ସଂସ୍କୃତି ଭବନର ସଭାଗୃହ, ଅତିଥି ଗୃହ, ସ୍ମୃତି ଗୃହ ଓ ପାଚେରୀ କିପରି ନିର୍ମିତ ହେବ ସ୍ଥାନୀୟ ଲୋକ ପ୍ରତିନିଧି ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ନିଆଯିବ ବୋଲି ଆଲୋଚନା ହୋଇଥିଲା। ଭାନପୁର ସରପଂଚ ଅନ୍ତରାମ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,କନ୍ଧ ସମାଜର ସଭାପତି ସୁରେଶ ଭୋଇ, ହେମଲତା ମାଝୀ, ବୀର କମଳ ମଇଦାନର ସଭାପତି ଅମରସିଂ ମାଝୀ, ଘନଶ୍ୟାମ ମାଝୀ,ନୃପରାଜ ଜାନୀ,ଅନ୍ତରାମ ଜାନୀ, ଗଣେଶ କୁମାର ମାଝୀ, ଉତ୍ତମ ମାଝୀ, ଶିବ ମାଝୀ, ସବିତା ମାଝୀ, ସେବତୀ ମାଝୀ ପ୍ରମୁଖ ଯୋଗଦାନ କରି ନିଜ ନିଜ ମତପ୍ରକାଶ କରିଥିଲେ। ବିଶେଷ କରି ନକଲି ଆଦିବାସୀ ହଟାଇବା ଦାବି ସହ ସମାଜରେ ଶିକ୍ଷା, ସ୍ଵାସ୍ଥ୍ୟ, କୁ ସଂସ୍କାର ଓ ଅନ୍ଧବିଶ୍ୱାସ ଉପରେ ଆଲୋଚନା ହୋଇଥିଲା। ଶେଷରେ ଛବି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ତାଳଚେର ଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚ ର ସଚେତନତା ଅଭିଯାନ 

Sunil Chandra Nayak

ସ୍କୁଲ ଛାତ୍ରଛାତ୍ରୀଙ୍କ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଦାୟୀ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଛାତ୍ର,ଯୁବ ଓ ଅଭିଭାବକ ଙ୍କ ବିକ୍ଷୋଭ

Sunil Chandra Nayak

ଲାଞ୍ଜିଗଡ ପ୍ରେସ୍ କ୍ଲବ ତରଫରୁ ନୂତନ ଲାଞ୍ଜିଗଡ଼ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!