ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଓଡିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖାର ବଂଧୁ ମିଳନ କାର୍ଯ୍ୟକ୍ରମ

 ମୟୂରଭଞ୍ଜ -୪/୨/୨୩ (ମସିହା) ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଓଡ଼ିଶା ବ୍ରାହ୍ମଣ ମହାସଭ,ବାମନଘାଟୀ ଶାଖାର ସଦସ୍ୟ/ସଦସ୍ୟା ମାନଙ୍କୁର ଏକ ବଂଧୁ ମିଳନ କାର୍ଯ୍ୟକ୍ରମ ସଭାପତି ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଭାସ କବିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡର ୭ ଟି ବ୍ଲକରେ ବସବାସ କରୁଥିବା ବ୍ରାହ୍ମଣ ପରିବାର ଲୋକ ଯୋଗ ଦେଇଥିଲେ । ସାଂପ୍ରତିକ ପରିସ୍ଥିତିରେ ବ୍ରାହ୍ମଣମାନେ ବିଭିନ୍ନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହୁଥିଲେ ।ଶତକଡା ଅଶୀ ଭାଗରୁ ଉର୍ଦ୍ଧ୍ବ ବ୍ରାହ୍ମଣ ପରିବାର ଲୋକେ ଆର୍ଥିକ ଅନାଟନର ଶିକାର ହେଉଛନ୍ତି ବୋଲି କହିଥିଲେ । ବ୍ରାହ୍ମଣମାନେ ଏକଜୁଟ ହୋଇ ପରସ୍ପରକୁ ସାହାଯ୍ୟ କରିବା ଉଚିତ କାର୍ଯ୍ୟକ୍ରମରେ ସଭାପତି ପ୍ରଭାସ କବି,ମୋତିଲାଲ ଶତପଥୀ, ଦେବବ୍ରତ ରଥ ଶର୍ମା,ପ୍ରସନ୍ନ ଷଡଙ୍ଗୀ,ଅଶ୍ବିନୀ ପଣ୍ଡା,ସୁଧିର ମିଶ୍ର,ସତ୍ୟ ରଂଜନ ମହାପାତ୍ର,ପାର୍ଥ ସାରଥି କବି, ଗଣେଶ୍ୱର ଦାସ,ଅର୍ଦ୍ଧେନ୍ଦୁ ଦାସ,ବାଇଧର ପଣ୍ଡା,ଉତ୍ତମ ପଣ୍ଡା,ପି କେ ହୋତା,ମନୁ ଚୌଧୁରୀ,ଈଶାନ ମିଶ୍ର ଙ୍କ ସମେତ ବ୍ରାହ୍ମଣ ମହାସଭାର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ । ଆସନ୍ତା ମାର୍ଚ ୪,୫, ଏବଂ ୬ ତାରିଖ ଦିନ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଏକ ବିଶାଳ ଯଜ୍ଞ ଆୟୋଜନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ।ପରେ କମିଟି ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ଯଜ୍ଞ ବିଷୟରେ ଆଗକୁ ବୈଠକ ଅନୁଷ୍ଠିତ ହେବ । ନବ ବର୍ଷ,ମକର ପର୍ବ ଏବଂ ମାଘ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ସହ ସୁଖ ଶାନ୍ତିରେ ରୁହନ୍ତୁ ବୋଲି ସଭାପତି ପ୍ରଭାସ କବି କହିଥିଲେ ।କରୋନା ପାଇଁ ଦୁଇ ବର୍ଷ ହେଲା ପରସ୍ପର ସହ ଭେଟଘାଟ ହୋଇ ପାରି ନ ଥିଲା ।ଆଜିର ବଂଧୁ ମିଳନରେ ପରସ୍ପର ସହିତ ମିଶି ସୁଖଦୁଃଖ ବଣ୍ଟା ବଣ୍ଟି ହେବା ସହ ଆନନ୍ଦିତ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ଙ୍କ ରିପୋର୍ଟ 

Related posts

ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Sunil Chandra Nayak

ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ ସମାପ୍ତ. ଉପାନ୍ତ ଅଞ୍ଚଳରେ ରହୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପ୍ରସ୍ତାବ

Sunil Chandra Nayak

ଆମ୍ବ ବନ୍ଧ ମରାମତି ନେଇ ଅଭିଯୋଗ କଲେ ସରପଞ୍ଚ

masiha

Leave a Comment

error: Content is protected !!