ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମିତିବି ଆସେ ମୃତ୍ୟୁ, ସାଇକେଲରୁ ପଡିବାମାତ୍ରେ ସୁରଥ ପଧାନଙ୍କ ପରଲୋକ 

ରୁପ୍ରା, ୭/୨ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ତିତକେଲା ଗ୍ରାମର ସୁରଥ ପଧାନ କୌଣସି କାମରେ ଆଜି ସକାଳୁ ଘରୁ ବାହାରି ଥିଲେ। ସେ ନିଜ ଘରୁ ସାଇକେଲରେ ଯାଉଥିବା ସମୟରେ ଭବାନୀପାଟଣା ଭାୟା ବାଲିପଡା ଦେଇ ଭୁବନେଶ୍ବର ଯାଇଥିବା ରାଜ୍ୟ ରାଜପଥର ବାଲିପଡା ଠାରେ ହଠାତ୍ ସାଇକେଲରୁ ପଡିବାମାତ୍ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ସମୟରେ ତାଙ୍କୁ ୬୦ବର୍ଷ ହେଉଥିବା ବେଳେ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ, ବର୍ତ୍ତମାନ ଘରେ ତାଙ୍କର ହତଭାଗିନୀ ପତ୍ନୀ ସେବତୀ ପଧାନ ରହିଛନ୍ତି। ଉକ୍ତ ଖବର ଗାଁ ରେ ପହଞ୍ଚିବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଓ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇ ତାଙ୍କ ପତ୍ନୀ ଭାଙ୍ଗିପଡିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ, ୨୦୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୩ କୋଟି ୯୩ ଲକ୍ଷ ୫ ହଜାର ସହାୟତା ପ୍ରଦାନ

Sunil Chandra Nayak

କନ୍ଧାନ ଓ କୁଇ ଭାଷା ଉପରେ ବୈଠକ

Sunil Chandra Nayak

Leave a Comment

error: Content is protected !!