ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖେମକା ରିଫ୍ରାକ୍ଟ୍ରୋ୍ରିଜ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

କାମାକ୍ଷା ନଗର – (ମନିସ )୧୧/୦୨_ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖଟଖୁରା ସ୍ଥିତ ଖେମକା ରିଫ୍ରାକ୍ଟୋରିଜ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ବର ର ଅଭିଜ୍ଞ ଡାକ୍ତର ଓ ଟେକନିସିଆନ ଟେକ୍ନିକାଲ ଙ୍କ ଦ୍ୱାରା ଆଖ ପାଖ ଅଞ୍ଚଳ ର ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ପରିଚାଳନା ନିର୍ଦ୍ଦେଶକ ଶଙ୍କରଲାଲ ଖେମକା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ନାନିତ ଅତିଥି ରୂପେ କାମାକ୍ଷାନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ପରମାନନ୍ଦ ସାହୁ , ସ୍ଥାନୀୟ ସରପଞ୍ଚ, ସମାଜସେବୀ ମଙ୍ଗତଲାଲ କଟାରୁକା ଶୁଭସ୍ମିତା ବେହେରା ଡେପୁଟି ମ୍ୟାନେଜର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାଳଚେର ଶାଖା, ସତ୍ୟନାରାୟଣ ଆଚାର୍ଯ୍ୟ ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୀପକ ଖେମକା, ରାଜ ଖେମକା , ଆଲୋକ ଖେମକା ଙ୍କ ସହ ଖେମକା ରିଫ୍ରାକ୍ଟୋରିଜର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।ଏହି ପରି ଏକ ଗ୍ରାମାଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ମେଳା ଆୟୋଜନ କରିଥିବାରୁ ସ୍ଥାନୀୟ ଅଧିବାସୀଙ୍କ ତରଫରୁ ଖେମକା ରିଫ୍ରାକ୍ଟୋରିଜ ର ପରିଚାଳନା ନିର୍ଦ୍ଦେଶକ ଶଙ୍କରଲାଲ ଖେମକା ଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗଛରୁ ପଡି ଯୁବକ ଗୁରୁତର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

Sunil Chandra Nayak

ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଅଭିଯାନ

masiha

ଲେଡିଲାୟନ ର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!