ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧ ରେ ହରଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ

ବୌଦ୍ଧ – ୧୨/୦୨-( ହୃଦାନନ୍ଦ ମେହେର )- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଏସ୍ ବି ଆଇ ଆର ସେ ଟି ଠାରେ ହର ଘର ଧ୍ୟାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏଥିରେ ୩୫ ଜଣ ତାଲିମ ନେଉଥିବା ମିଶନ ଶକ୍ତି ର ଏମ ମ୍ୱି କେ ଓ ସି ଆର ପି ମାନଂକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହା ଭାରତ ସରକାରଙ୍କ ସହିତ ଅନୁବନ୍ଧିତ ବିଶ୍ଵ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ମାଧ୍ୟମରେ ହର ଘର ଧ୍ୟାନ କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁରହିଛି l ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ଟ ଅଫ ଲିଭିଙ୍ଗ୍ ର ଟିଚର ଡ଼. ମମତା ମିଶ୍ର ଯୋଗଦେଇ ଶୁଭାରମ୍ଭ କରି ଉପସ୍ଥିତ ସମସ୍ତଙ୍କୁ ଯୋଗ, ଧ୍ୟାନ, ପ୍ରାଣାୟମ କରିବା ଦ୍ୱାରା କଣ ସବୁ ଲାଭ ହେଉଛି ବୁଝାଇଥିଲେ l ଧ୍ୟାନ କରିବା ଦ୍ଵାରା ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ଏକାଗ୍ରତା, ଦୃଢ ଆତ୍ମ ବିଶ୍ବାସ, ଚିନ୍ତା ମୁକ୍ତ ଏବଂ ଆନନ୍ଦମୟ ଜୀବନ ଓ ସାଧାରଣ ମଣିଷ ଚାହୁଁ ଥିବା ଏକ ରୋଗ ମୁକ୍ତ ଶରୀର, ମାନସିକ ଦୁଶ୍ଚିନ୍ତା ଓ ବିଷାଦରୁ ମୁକ୍ତି, ଅବସାଦ ରୁ ମୁକ୍ତି ମିଳିବ ବୋଲି କହିଥିଲେ l 25 ମିନିଟ ର ଧ୍ୟାନ କଲାପରେ ସମସ୍ତେ ଆନନ୍ଦ ଉପଲବ୍ଧି କରିଥିବା ପ୍ରକାଶ କରିଥିଲେ l ଜୀବନରେ ପ୍ରତ୍ୱେକ୍ ଦିନ ଅଭ୍ୟାସ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଆସନ୍ତା ଦିନରେ ଜିଲ୍ଳାର ବିଭିନ୍ନ ଗ୍ରାମ, ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡ଼. ମିଶ୍ର ସୂଚନା ପ୍ରଦାନ କରିଥିଲେ l କମ୍ ଦିନ ମଧ୍ୟରେ ଏକ ଆନନ୍ଦ ଅନୁଭୂତି ଶିବିର ଆୟୋଜନ କରିବାକୁ ସଂସ୍ଥା ତରଫରୁ ଅନୁରୋଧ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ସାମାଜିକ କର୍ମୀ କୃତିବାସ ପଲିଆ, ବିଜୟ କୁମାର ପ୍ରଧାନ ଓ ଅମର ପ୍ରସାଦ ମହାପାତ୍ର ସହଯୋଗ କରିଥିଲେ l

Related posts

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଦୁଇଦିନିଆ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦଯାପିତ

Sunil Chandra Nayak

କାମାକ୍ଷାନଗର ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ବସିଲା ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଆଖ ପାଖ ୨୪ ଖଣ୍ଡ ଗାଁ ର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି 

Sunil Chandra Nayak

Leave a Comment

error: Content is protected !!