ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ କର୍ମଚାରୀ

କୋକସରା,୧୨/୦୨  // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ମକ ଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ। କୋକସରା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ନିକଟରେ ଗ୍ୟାସ ଲିକ ହେଲେ କେମିତି ସହଜରେ ତାକୁ ନିୟନ୍ତ୍ରଣ କରି ଧନଜୀବନକୁ ସୁରକ୍ଷିତ କରିହେବ । ସେନେଇ ମକଡ୍ରିଲ କରି ଡେମୋ କରି ପ୍ରଦର୍ଶିତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଅଗ୍ନିଶମ ବିଭାଗ ଅଧିକାରୀ ଅନନ୍ତ ପଟେଲ ଓ କର୍ମଚାରୀ ପରିଚାଳନା କରିଥିବା ବେଳେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଅଧିକାରୀ, ସିଡିପିଓ ସରୋଜା ଲତା ଦେଇ, ସୁପରଭାଇଜର ସୋନିଆ ହେମ୍ରମ, ରାଧାମଣି ଦେଇ, ପ୍ରିୟସିନୀ ତାଣ୍ଡି, ଅଙ୍ଗନୱାଡି କର୍ମୀ ସୌଦାମିନୀ ବେହେରା, ତୁଳସୀ ବେସ୍ରା, ଅର୍ଚନା ରାଉତ, ଯଶୋଦା ନାଏକ, ସୁମିତ୍ରା ସାହୁ, ନମିତା ସାହୁ, ତରୁଲତା ହରିଜନ, ତୁଳସା ମାଝୀ, ଜନ ମାଝୀ, କୁଞ୍ଜଲତା ସିଙ୍ଗ, କୁନ୍ତୀ ସେଠି, ମଣିମାଲା ଗୋପାଳ, ତ୍ରିବେଣୀ ନାଗ, କମଳା ପଟ୍ଟନାୟକ ଓ ପାଚିକା ସହାୟିକା କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ଆରଏମସି ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ 

masiha

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

masiha

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି,ରାଇରଙ୍ଗପୁର ବ୍ଳକ ଶାଖା ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ‌ସମ୍ମୁଖରେ ୬ ଦଫା ଦାବିନେଇ ବିକ୍ଷୋଭ ଏବଂ ଦାବିପତ୍ର‌ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!