ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ଓ ପରିମକ ବିଭାଗର କୁମ୍ଭକର୍ଣ ନିଦ୍ରା ଭାଙ୍ଗୁନି:ରାସ୍ତାରେ ପାଣି ଭାସି ରାସ୍ତା ଖରାପ ହେଉଛି:ଦେଖିବାକୁ କିଏ ନାହିଁ

ନବରଙ୍ଗପୁର — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ନୁଆଁଗୁଡା ଠାରେ ୪୦ହଜାର ଲିଟର ପାନୀୟ ଜଳ ନିମନ୍ତେ ଉଚ୍ଚତା ସମ୍ପନ୍ନ ଟାଙ୍କି ନିର୍ମାଣ ହୋଇ ଜନ ସାଧାରଣଙ୍କୁ ସ୍ଵଛ ପାନୀୟ ଜଳ ଜୋଗାଇ ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ସରକାର କରିଛନ୍ତି।କିନ୍ତୁ ଏହାକୁ ପରିଚାଳନା କରିବା ନିମନ୍ତେ ଅଧିକାରୀ ଓ ସ୍ଵାବଲମ୍ବୀ କାରିଗରଙ୍କୁ ଦରମା ଦେଇ ମ୍ରୁତୟନ କରାଜାଇଛି,ମାତ୍ର ପରିଚାଳନା କିପରି କରୁଛନ୍ତି,ତାହା ସେମାନଙ୍କୁ ହି ଜଣା? ଆଗକୁ ଗ୍ରୀଷ୍ମ ଦିନ ଆସୁଥିବା ବେଳେ ପାନୀୟ ଜଳର ଉକ୍ତଟ ସମସ୍ୟା ଦେଖାଦେଇ ପାରେ,ଜାହାକି ଏବେ ପାନୀୟ ଜଳ ରାସ୍ତା ଉପରେ ଭାସୁଥିବା ଦେଖାଜାଉଛି।ରାସ୍ତା ଉପରେ ଭାସି କଙ୍କ୍ରିଟ ରାସ୍ତା ଖରାପ ହେବାକୁ ବସିଲାଣି।ଏ ପର୍ଜ୍ୟନ୍ତ ଜଳ ଓ ପରିମଳ ବିଭାଗର ବେପରୁଆ ମନୋଭାବ,ଦାଇତ୍ଵହୀନତା ସରକାରୀ କାର୍ଜ୍ୟ ପରିଚାଳନା ଯୋଗୁ କୁମ୍ଭକର୍ଣ ନିଦ୍ରା ଭାଙ୍ଗୁନାହିଁ ।ପାଇପ ଫାଟି ରାସ୍ତା ଉପରେ ପାନୀୟ ଜଳ ଭାସୁଛି,ହେଲେ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ତେବେ ଅଧିକାରୀ ଓ ସ୍ଵାବଲମ୍ବୀ କାରିଗର କରୁଛନ୍ତି କଣ ବୋଲି ଜନ ସାଧାରଣରେ ପ୍ରଶ୍ନ ଉଠୁଛି?ପାନୀୟ ଜଳ ଭୁତଳ ପାଇପ୍ ଫାଟିବା ଦ୍ଵାରା ଅପରିଷ୍କାର ପାଣି ପାଇପ ଭିତରେ ପ୍ରବେଶ କରି ସ୍ଵଚ୍ଚ ପାନୀୟ ଜଳକୁ ଦୁଷିତ କଲେ ସେହି ଦୁଷିତ ପାନୀୟ ଜଳ ବ୍ୟବହାର କଲେ କିଏ କହିବ? କେତେବେଳେ ହଇଜା ଭଳି ବେମାର ଜନ ସାଧାରଣଙ୍କୁ ନ ଗ୍ରାସିବ।ଯାହାକି ଏପରି ସମସ୍ୟା ଦେଖିବାକୁ ମିଳିଛି ସାମ୍ବାଦିକ ରବି ମହାନ୍ତିଙ୍କ ଘର ପାଖ ନଳକୁପ ରାସ୍ତାର ଦୁଇ ପାର୍ଶ୍ଵରେ।ଏଣୁ ନିଦ୍ରା ପରିହରି ଉକ୍ତ ସ୍ଥାନକୁ ଅଧିକାରୀମାନେ ଆସି ଦେଖି ସରକାରଙ୍କ ଯୋଜନାକୁ ସଫଳ ରୁପାୟନ ଦେବାକୁ ଜନ ସାଧାରଣରେ ଦ୍ରୁଢ ଦାବୀ ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଦୀର୍ଘ ମାସ ପରେ ମୈତ୍ରୀ କମ୍ପାନୀ ସହଯୋଗ ରେ ବିରଵାଫୁଲ ଗାଁ ଲୋକେ ଆଲୁଅ ଦେଖିଲେ

masiha

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!