ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନାଚ ଗୀତରେ ଝୁମିଲେ, ସଂଗୀତ ପରିବେଷଣ, କବିତା ପାଠ ଓ କୌତୁକ ପ୍ରତିଯୋଗିତା ରେ ଭାଗନେଲେ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଭାପତି ଶ୍ରୀ ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର ଓ ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ ଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ସଂଗୀତ କାର୍ଯ୍ୟକ୍ରମ, କବିତା ପାଠ ଓ ବିଭିନ୍ନ କୌତୁକ ପ୍ରତିଯୋଗିତା ଆଇନଜୀବୀ ସୁବୋଧ ଚନ୍ଦ୍ର ବେନ୍ୟାଙ୍କ ମଞ୍ଚ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା। ମୁନା ବେନ୍ୟା, ଅମିତାଭ ତ୍ରିପାଠୀ, ମିନାକ୍ଷୀ ପାଢ଼ୀ, ପ୍ରଫୁଲ୍ଲ ସିଂ ଓ ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ସଂଗୀତ ପରିବେଷଣ ସମସ୍ତଙ୍କ ମନକୁ ଛୁଇଁଥିଲା। ରାମ ପ୍ରସାଦ ପାତ୍ର, ସଦାଶିବ ସାହୁ, ଗୋପାଳ କୃଷ୍ଣ ପାଣିଗ୍ରାହୀ ଓ ରାକ୍ଷୀ ଜୈନ ନିଜ ନିଜ କବିତା ପାଠ କରିଥିଲେ। ବିଭିନ୍ନ କୌତୁକ ପ୍ରତିଯୋଗିତା ଓ ପ୍ରଶ୍ନ ମଞ୍ଚ ରେ ଭାଗ ନେଇଥିବା ପ୍ରତିଯୋଗି ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଆଦିବାସୀ ଗୀତ ଓ ଅନ୍ୟ ଗୀତ ର ତାଳେ ତାଳେ ଆଇନଜୀବୀ ମାନେ ନାଚରେ ଝୁମି ଥିଲେ। ସଂଘ କୋଷାଧ୍ୟକ୍ଷ ବାଲାଜୀ ପ୍ରସାଦ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ବୀରେନ୍ଦ୍ର କୁମାର ନାୟକ, ରବୀନ୍ଦ୍ର ଜଗନ୍ନାଥ ନାୟକ, ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ସି. ଏଚ୍. ବାବା ଯୁଗନ୍ଧର, ରବୀନ୍ଦ୍ର ପ୍ରସାଦ ପାଢ଼ୀ, ସ୍ୱାଧୀନ ପଟ୍ଟନାୟକ, ଗଜପତି ପଟ୍ଟନାୟକ, ତ୍ରିପତି ମାଝୀ, ହରି ନାରାୟଣ ବେହେରା, ନରେନ୍ଦ୍ର ମହାପାତ୍ର, ଚିଦାନନ୍ଦ ସାହୁ, ବିନୟ ପ୍ରକାଶ ଛାତି, ଶ୍ରୀନିବାସ ପାତ୍ର, ଗୋପାଳ କୃଷ୍ଣ ପାଣିଗ୍ରାହୀ,ବରୁଣ କୁମାର ନାୟକ, ସତୀଶ ଚନ୍ଦ୍ର ନାୟକ, ରାଜ କିଶୋର ନାଗ, ପ୍ରଦୀପ କୁମାର ସାହୁ, ସଦାଶିବ ସାହୁ, ସୁରେଶ ଚନ୍ଦ୍ର ନାୟକ, ରଞ୍ଜିତ କୁମାର ଗୁପ୍ତା, ଇମାନୁଏଲ ସାମନ୍ତରାୟ, ଶ୍ୟାମ ପ୍ରସାଦ ମାଝୀ, କିଶୋର ପଟ୍ଟନାୟକ, ଉପେନ୍ଦ୍ର ବିଷୋୟୀ, ଗଙ୍ଗାଧର ଜାନୀ, ନରେଶ କୁମାର ତ୍ରିପାଠୀ, ତୁଳସୀ ରାମ ସମରଥ, ପ୍ରଫୁଲ୍ଲ ସିଂ, ସେକ୍ ବାବା ଆଲିସା, ସଞ୍ଜୀବ କୁମାର ଭକ୍ତ, ଶ୍ରୀକାନ୍ତ କୁମାର ପଣ୍ଡା, ଶର୍ମିଷ୍ଠା ରଥ, ମିନାକ୍ଷୀ ପାଢ଼ୀ, କୁନି ନାଗ, ଅଜିତା ଦାସ, ନମିତା ପଟ୍ଟନାୟକ, ପଙ୍କଜିନୀ ତ୍ରିପାଠୀ, ରାକ୍ଷୀ ଜୈନ, ପ୍ରିତୀ ଚୌଧୁରୀ, ସୁଦର୍ଶନ ପାତ୍ର, ପ୍ରଦୀପ କୁମାର ଦାଶ, ରାମ ଚନ୍ଦ୍ର ନାୟକ, ଗୋପାଳ କୃଷ୍ଣ ଶତପଥୀ, ଦାମୋଦର ଚୌଧୁରୀ, ଦାମୋଦର ତ୍ରିପାଠୀ, ସିରାଜୁଦ୍ଦିନ ଅହମ୍ମଦ, ମୁରଲୀଧର ପଟ୍ଟନାୟକ,ବିଜୟ ଯାଦବ, ପବିତ୍ର ହରିଜନ, ବିଶ୍ୱନାଥ ତ୍ରିପାଠୀ, ଶ୍ରୀଧର ଦାଶ, ଦିଲ୍ଲୀପ ବିଷୋୟୀ, ସୁକାନ୍ତ କୁମାର ଶତପଥୀ, ବୀରେନ୍ଦ୍ର ମୋହନ ନାୟକ, ତପନ କୁମାର ସିଂ, ଯୁଦ୍ଧିଷ୍ଟିର ନାୟକ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

କାଜୁ ଆମ୍ବ ଗୋଟାଉଥିବା ବେଳେ ଅଘଟଣ , ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ

Sunil Chandra Nayak

ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

Sunil Chandra Nayak

ସମ୍ବଲପୁରୀ କଳା ଓ ସଂସ୍କୃତିର ମାଦଳ ତାଳ

Sunil Chandra Nayak

Leave a Comment

error: Content is protected !!