ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ନିଯୁକ୍ତି ଓ ଉଦ୍ୟୋଗ ତାଲିମ ଶିବିର ଅନୁଷ୍ଠିତ

 ନବରଙ୍ଗପୁର-(ମସିହା) ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଗ୍ରାମୀଣ ବିକାଶ ଓ ଶିଳ୍ପର ଅଗ୍ରଗତି ନିମନ୍ତେ ବିଭିନ୍ନ ତାଲିମ ଦିଆଯିବ ବୋଲି ନବରଙ୍ଗପୁର ଶିଳ୍ପ ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ।ଏଥିରେ ଉଭୟ ନବରଙ୍ଗପୁର ଜିଲ୍ଲା ଶିଳ୍ପ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜୟନ୍ତ କୁମାର ନାୟକ ଯୋଗ ଦେଇଥିଲେ।ଏହି ସଭାରେ ପ୍ରଥମ କରି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକରେ ଆୟୋଜନ କରାଯାଇଥିଲା।ଏହି ସଭାରେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଭାରାପ୍ରାପ୍ତ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇଥିଲେ।ଏଥିରେ ଶ୍ରୀ ଗନ୍ତାୟତ ନିଜର ବକ୍ତବ୍ୟରେ କହିଥିଲେ ଶିଳ୍ପ ଏକ ବାଣିଜ୍ୟର ମୁଖ୍ୟ ଧାର ଯଦି ଶିଳ୍ପ ନାହିଁ ତେବେ କୃଷିର ଉନ୍ନତି ମଧ୍ୟ ହୋଇ ପାରିବ ନାହିଁ ତେଣୁ ଶିଳ୍ପର ବିକାଶ କରିବା ପାଇଁ ଉଭୟ କୃଷି ଓ ଶିଳ୍ପ ଉଭୟ ପରସ୍ପର ଉପରେ ନିର୍ଭର କରିଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଅନ୍ୟ ଉପରେ ଗୁରୁତ୍ୱ ନ ଦେଇ ନିଜେ କିଛି ଆୟ କରି ପାରିବ ସେଥି ପାଇଁ ଏହି ତାଲିମ ଦିଆଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଏହି ମଞ୍ଚର ସଭା ପରିଚାଳନା ଦାୟିତ୍ୱରେ ଇତିହାସ ବିଭାଗର ମୁଖ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ପରିଚାଳନା କରିଥିଲେ।ଏଥିରେ ଉଭୟ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜୟନ୍ତ ନାୟକ ଓ ଡାବୁଗାଁ ଶିଳ୍ପ ତାଲିମ ର ମୁଖ୍ୟ ଶ୍ରୀ ବିକ୍ରମ ରାଜୁ ଯୋଗ ଦେଇଥିଲେ।ଜିଲ୍ଲା ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ କହିଥିଲେ ରାଜ୍ୟ ସରକାରଙ୍କ ବିଭିନ୍ନ ଶିଳ୍ପ ଭିତ୍ତିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ରହିଛି ଯାହାକି ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାଣିବା ଦରକାର।ଏଥିରେ ଉଭୟ ଡାବୁଗାଁ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଏହି ମହାବିଦ୍ୟାଳୟ ରୁ ପାଠ ପଢିବା ପରେ ବେକାରୀ ହୋଇ ରହିବା ଅପେକ୍ଷା କିଛି ନିଯୁକ୍ତି କିପରି ଭାବେ ପାଇ ପାରିବେ ସେଥିପାଇଁ ଏହି ଶିବିର ର ଆୟୋଜନ ସହିତ ଏକ ୧୫ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ ଏଥି ସହିତ ମକା ଚାଷ ସହିତ ବିଭିନ୍ନ ପ୍ରକାର କୃଷି ଜାତ ଦ୍ରବ୍ୟ ପ୍ରସ୍ତୁତ କୁ କିପରି ଗୁରୁତ୍ଵ ଦେବା ସହ ଶିଳ୍ପ ଓ ବାଣିଜ୍ୟ ରେ ବିକାଶ ପାଇଁ ଗୁରୁତ୍ଵ ଦେବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ।ଏହି ସଭାରେ ମହାବିଦ୍ୟାଳୟ ର ଇତିହାସ ବିଭାଗର ମୁଖ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ,ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉର୍ମିଳା ବ୍ରହ୍ମା,ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଚନ୍ଦନା ପଣ୍ଡା,ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସନ୍ୟାସୀ ସାହୁ,ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ମର୍ଦ୍ଧଖ୍ୟ ନାୟକ ଓ ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ମହେନ୍ଦ୍ର ଦେବର୍ପଲ୍ଲି ଯୋଗ ଦେଇଥିଲେ ଏହି ସଭା ଶେଷରେ ପିଲାମାନଙ୍କୁ ୧୫ ଦିନିଆ ତାଲିମ ଶିବିରରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିହାତି ଭାବେ ଯୋଗ ଦେଇ ଶିଳ୍ପ ଓ ବାଣିଜ୍ୟ ର ଉନ୍ନତି ବିଷୟରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଜାଣିବା ଦରକାର ବୋଲି କହିଥିଲେ ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ଚନ୍ଦନା ପଣ୍ଡା।ସଭା ଶେଷରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ସଭା ଶେଷରେ ଇଂରାଜୀ ଅଧ୍ୟାପକ ଶ୍ରୀ ମହେନ୍ଦ୍ର ଦେବରପଲୀ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବି.ବି.ହାଇସ୍କୁଲ,ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୩ ପାଳିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ ନିଃସଙ୍ଗ ଅଶିଣ

Sunil Chandra Nayak

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ ଗଳ୍ପ = ଜହ୍ନ ପଖଳା ଚଇତି ସଞ୍ଜ

Sunil Chandra Nayak

Leave a Comment

error: Content is protected !!