ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଷାକୁଦର ଗ୍ରାମର ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ନେଇ ବିଡ଼ିଓଙ୍କ ପାଖରେ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

ମୟୂରଭଞ୍ଜ —- (ମସିହା) ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକର ତାଳଗାଁ ପଞ୍ଚାୟତର ତଳସାହି ଆଖଡା ରୁ ଶିବ ବେହେରା ଘର ପର୍ଯ୍ୟନ୍ତ ୧୫ ତମ ସିଏଫସି ଅନୁଦାନରେ (୨୦୨୨-୨୩) ର ଅଟକଳ ମୂଲ୍ୟ ଦୁଇଲକ୍ଷ ଟଙ୍କାର କାମ ବ୍ଳକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ନିର୍ମାଣ କରାଯାଉଛି ।କାମଟି ଅତି ନିମ୍ନର ହୋଇଛି ।ଏହାକୁ ନେଇ ଗ୍ରାମବାସୀ ବିଭାଗୀୟ କତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ଠିକାଦାର ଓ -ଯନ୍ତ୍ରୀ ପ୍ରତାପ ଶିଙ୍ଗ କର ମଧୁ ଚନ୍ଦ୍ରିକା ଯୋଗୁଁ କେହି କର୍ଣ୍ଣପାତ କରୁ ନାହାନ୍ତି ।ବାଧ୍ୟ ହୋଇ ଗ୍ରାମବାସୀ ଜାମଦା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କାମକୁ ତଦନ୍ତ କରାଯାଇ ଭଲ ଭାବରେ କାମ କରିବା ପାଇଁ ବିଡ଼ିଓଙ୍କୁ ଅନୁରୋଧ କରିଛନ୍ତି ।ନିମ୍ନ ମାନର କାମ ଯୋଗୁଁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କାମଟି ଅସଂପୁର୍ଣ ହୋଇ ରହିଛି ।ଏହି ବିଷୟରେ ବିଭାଗୀୟ ଯନ୍ତ୍ରୀ ପ୍ରତାପ ଶିଙ୍ଗକର ମତାମତ ଚାହିଁବାରୁ ସେ ଫୋନ ଉଠାଉ ନାହାନ୍ତି

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ ପରିକ୍ରମା ‘ ଆନୁକୁଲ୍ୟରେ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

କୋରାପୁଟ ଜିଲ୍ଲାପାଳ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଦର୍ଶନ କଲେ ଜିଲାପାଳ 

masiha

ଆରସିଡ଼ି ହାଇସ୍କୁଲ ୧୯୮୫ ର ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ

Sunil Chandra Nayak

Leave a Comment

error: Content is protected !!