ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

ନବରଙ୍ଗପୁର–(ମସିହା) ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ । ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦ୍ଵାରା ନବରଙ୍ଗପୁର ଠାରୁ ସାଗରମୁଣ୍ଡା ପର୍ଯ୍ୟନ୍ତ ଖୋଳି ଦିଆଯାଇଛି, ହେଲେ ଦୀର୍ଘ ତିନି ମାସ ହେଲାଣି ପୂର୍ତ୍ତ ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ କାମ ଆଗେଇ ପାରୁନାହିଁ, ପାଣି ପଡୁନାହିଁ । ଅନ୍ୟପକ୍ଷରେ ଏହି ରାସ୍ତାରେ ପ୍ରତିଦିନ ତିନିଟି ଜିଲ୍ଲା ର ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । ବିଶେଷ କରି ଗର୍ଭବତୀ ମହିଳା, ଛାତ୍ରଛାତ୍ରୀ ଓ ଛୋଟ ଛୋଟ ଛୁଆମାନଙ୍କ ପାଇଁ ଏହି ରାସ୍ତା ଆଜି ମରଣଯନ୍ତା ପାଲଟିଛି । ଧୂଳି ଓ ପଥର ଗୁଣ୍ଡ ଉଡ଼ି ବାୟୁ ପ୍ରଦୂଷଣ ହେବା ଦ୍ଵାରା ଲୋକଙ୍କ ପାଇଁ ନିଃଶ୍ୱାସ ନେବାପାଇଁ ଅସୁବିଧା ହେଉଛି। ଶ୍ୱାସରୋଗୀ ଏହି ରାସ୍ତାରେ ଅଣନିଃଶ୍ୱାସି ହୋଇପଡୁଛି । ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦୀର୍ଘ ୧୨ କିଲୋମିଟର ରାସ୍ତାକୁ ଖୋଳିଦେଇଛି, ହେଲେ ଆଜି ପର୍ଯ୍ୟନ୍ତ କଣ ପାଇଁ ଏକ ଇଞ୍ଚ ଜାଗାରେ ମଧ୍ୟ ରାସ୍ତା ଉପରେ ପିଚୁ ପଡ଼ି ପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ନରସିଂହ ତ୍ରିପାଠୀ । ଯଥା ଶୀଘ୍ର ଯଦି ଏହି ରାସ୍ତା କାମକୁ ତ୍ବରାନ୍ବିତ କରାନଯାଏ ତେବେ ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ତ୍ରିପାଠୀ । ଅପରପକ୍ଷରେ ଏହା ଗ୍ରାମାଞ୍ଚଳ ପାଇଁ ପୂର୍ତ୍ତ ବିଭାଗର ଚରମ ଅବହେଳା ତଥା ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଯୁବ ଆଇନଜୀବୀ ତଥା ଉକ୍ତ ଅଞ୍ଚଳର ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡାୟେ । ଯଥାଶୀଘ୍ର ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ନକଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବ ଓ ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦାୟୀ ରହିବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

କୁଜଙ୍ଗ ବ୍ଲକରେ ଅଳକା ଆଶ୍ରମର ଶତବାର୍ଷିକ ସମାରୋହ ପାଳିତ

Sunil Chandra Nayak

ଜୀବନ ଜୀବିକା ସହାୟତା କାର୍ଯ୍ୟକ୍ରମ 

masiha

ସେଲ୍ଫି ନେବାବେଳେ ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ,ଉଦ୍ଧାର କାର୍ଯ୍ୟ ଜାରି

masiha

Leave a Comment

error: Content is protected !!