ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କୁ ସ୍ୱାଗତ ଉତ୍ସବ

ରାଉରକେଲା/ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶଶାଙ୍କ ରାସ୍ତୋଗୀଙ୍କ ରାଉରକେଲା ଗସ୍ତ ଅବସରରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଏକ ସ୍ୱାଗତ ସଂବର୍ଦ୍ଧନା ଉତ୍ସବ ସ୍ଥାନୀୟ ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର ସଭାପତି ରୋଟାରିଆନ୍ ଆନାବେଲ ଡିସୌଜା ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କ୍ଲବର ସେକ୍ରେଟାରୀ ବିଭିନ୍ନ କାର୍ଯ୍ୟାବଳୀ ସଂପର୍କିତ ବିବରଣୀ ଉପସ୍ଥାପନ କରିଥିଲେ । ରୋଟାରୀ ଡିଜିଙ୍କ ଗସ୍ତ କର୍ଯ୍ୟକ୍ରମକୁ ସଫଳ କରାଇବା କ୍ଷେତ୍ରରେ ରୋଟାରୀ ସଦସ୍ୟ/ସଦସ୍ୟାଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରୋଟାରିଆନ୍ ସୁଚିସ୍ମିତା ବିଶ୍ୱାସ ଡଜି ଶଶାଙ୍କ ରାସ୍ତୋଗୀଙ୍କ ପରିଚୟ ପ୍ରଦାନ କରିଥିଲେ । ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ରାସ୍ତୋଗି ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ ରୋଟାରୀ କ୍ଲବର ଲକ୍ଷ୍ୟ, ବିବିଧ ସେବାମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ସମାଜସେବା କ୍ଷେତ୍ରରେ ରୋଟାରିଆନ୍‌ମାନଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଲେକ୍‌ଜାଣ୍ଡାର ଡିସୌଜା ସଂଯୋଜନା କରିଥିବା ବେଳେ ରୋଟାରୀଆନ୍ ପୁତୁଲ ରାହୁଲ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟରୀ ଗଭର୍ଣ୍ଣର ପ୍ରାରମ୍ଭରେ ରୋଟାରୀ କ୍ଲବର ବୋର୍ଡ ଅଫ ଡାଇରେକ୍ଟର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ରୋଟାରିଆନ୍ ସନ୍ଧ୍ୟାରାଣୀ ବରାଳ ଗାନ୍ଧୀ ମହାବିଦ୍ୟାଳୟର ରୋଟ୍ରାକ୍ଟ କ୍ଲବ୍ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସେହିପରି ଆଇପିପି ରୋଟାରିଆନ୍ ଅର୍ଚ୍ଚନା ମହାନ୍ତି ରିମ୍‌ସର ରୋଟ୍ରାକ୍ଟ କ୍ଲବ ଓ ଅନ୍ୟ ଦୁଇ ଇଣ୍ଟ୍ରାକ୍ଟ କ୍ଲବ ସଂପର୍କରେ ସୂଚନା ଦେଇଥିଲେ । ଏତଦ୍‌ ବ୍ୟତୀତ ରୋଟାରିଆନ୍ କୁମାର ବେହେରା ଛତୁ ଚାଷ ଓ ତାଲିମ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ପୂର୍ବାହ୍ନରେ ରୋଟାରୀ ଡିଜି କ୍ଲବ ପକ୍ଷରୁ ପରିଚାଳିତ ହୋଇଆସୁଥିବା ଜୁଭେନାଇଲ ପ୍ରକଳ୍ପ, ବରଟୋଲି ୟୁ.ପି. ସ୍କୁଲ ଓ କୋଏଲନଗର ବି ବ୍ଲକ ୟୁ.ପି. ସ୍କୁଲରେ ଚାଲୁଥିବା ଶିକ୍ଷା ପ୍ରକଳ୍ପ ବୁଲି ଦେଖିଥିଲେ ଓ ଏଥିନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ଆରଏସ୍‌ପି ସିଇଓଙ୍କ ଧର୍ମପତ୍ନୀ ସୀମାଦେବ ଭୌମିକ୍‌ଙ୍କୁ କ୍ଲବର ନୂତନ ସଦସ୍ୟା ଭାବେ ଗ୍ରହଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା, ଅନ୍ୟ ରୋଟାରିଆନ୍ ସଦସ୍ୟ ଓ ଅତଥିମାନେ ଯୋଗ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ: ଉଦ୍ଘାଟନ ର ମାସେ ପରେ ବି ଶୌଚାଳୟ ରେ ଝୁଲୁଛି ତାଲା

Sunil Chandra Nayak

ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର -୨୦୨୫ ଅନୁଷ୍ଠିତ

Sunil Chandra Nayak

ଫେସନ୍ ଡିଜାଇନର ସୁଜିତ୍ ମେହେର ଙ୍କ ପ୍ରଗତିର ମଶାଲ ଶୋଭାଯାତ୍ରା , ରାଜନୀତି ରେ ଯୋଗ ଦେବେ କି ଫେସନ୍ ଡିଜାଇନର ସୁଜିତ୍ ମେହେର

masiha

Leave a Comment

error: Content is protected !!