ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ତ୍ରିଲୋଚନ ପାଢୀ ଙ୍କ କବିତା // ମହାଶିବରାତ୍ରି ମହାଜାଗର

  ମହାଶିବରାତ୍ରି ମହାଜାଗର

      ତ୍ରିଲୋଚନ ପାଢୀ

               (ଶିକ୍ଷକ )
ବସନ୍ତ ଋତୁର 
ଫାଲ୍ଗୁନ ମାସରେ 
ଆସିଛି ମହାଜାଗର 
ମହାଶିବରାତ୍ରି 
ପବିତ୍ର ତିଥିରେ 
ଶିବ ମନ୍ଦିରେ ଗହଳ l 
ଜାଗର ରାତିରେ 
ଉଜାଗର ରହି 
ଭକ୍ତ ଜାଳନ୍ତି ଜାଗର 
ଭକ୍ତ ମନୋବାଞ୍ଛା 
ପୂରଣ କରନ୍ତି 
ପ୍ରଭୁ ସେ ଭୋଳାଶଙ୍କର l
ମହାଶିବରାତ୍ରି 
ମହାଜାଗରର
ମହାର୍ଘ୍ୟ ମହାଦିନରେ 
ଦିନଟିଏ ପାଇଁ 
କେତକୀ ଫୁଲ 
ଶୋଭେ ଶିବଙ୍କ ଲିଙ୍ଗରେ l 
କଞ୍ଚା କ୍ଷୀର ସହ 
ଲହୁଣୀ ନବାତ 
ବେଲପତ୍ର ଓ ମନ୍ଦାର 
ନଡ଼ିଆ କଦଳୀ 
ଭୋଗ କରି ଦୀପ 
ଜାଳେ ଭକ୍ତ ଉଜାଗର l 
ମହାମୃତ୍ୟୁଞ୍ଜୟ 
ଜପ କରେ ଭକ୍ତ
ପ୍ରଭୁଙ୍କ ଶିବ ମନ୍ଦିରେ 
ମହାଦୀପ ଉଠେ 
ମହାଶିବରାତ୍ରି 
ମହାଜାଗର ରାତିରେ ll 

ସମ୍ପାଦକ,ସମ୍ବାଦ ସାହିତ୍ୟ ଘର, ନାଉଗାଁ 

ସା/ପୋ:-ନନ୍ଦିଗ୍ରାମ 
ଭାୟା:-ନାଉଗାଁ ହାଟ 
ଜିଲ୍ଲା:-ଜଗତସିଂହପୁର 

Related posts

ଚିତ୍ରା ରାଣୀ ପାତ୍ର ଙ୍କ ମିନି କବିତା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା l l ବିରହି ଭାଷା l l

Sunil Chandra Nayak

ସୁଜାତା ଦାସ  ଙ୍କ କବିତା// କିଛି ବ୍ୟଥା କିଛି କଥା 

Sunil Chandra Nayak

Leave a Comment

error: Content is protected !!