ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୋରନ୍ଦା ର ଉଭୟ ଗୋଷ୍ଠୀ ସନ୍ୟାସୀ ମାନଙ୍କ ସହିତ ଆଲୋଚନା 

ଗତ ୨୨/୧୧/୨୦୨୨ ରିଖ ଦିନ ମହିମାଗାଦି ଯୋରନ୍ଦା ପୀଠ ବତି ମନ୍ଦିର ଉଚ୍ଛେଦ ପରେ କୌପୁନି ଧାରି ମହିମା ସମାଜର ସାଧୁ ସନ୍ଥ ମାନେ ନିତିକାନ୍ତି ପାଳନ ନିମନ୍ତେ ସହମତି ଭିତ୍ତିକ ସ୍ଥାନ ନିରୂପଣ କରିବା ରେ ଉଭୟ ବକଳ ଓ କଉପୁନି ସନ୍ୟାସୀ ମାନଙ୍କୁ ନିବେଦନ କରାଯାଇଥିଲା । ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ  ସଭାରେ ବିଧାୟକ ସୁଧୀର କୁମାର ସାମଲ ,ଜିଲ୍ଲାପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ , ଆରକ୍ଷ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର,ସଦର ଉପ ଜିଲ୍ଲାପାଳ ସ୍ନିଗଧା ରାଣୀ ଧଳ ଗାଦି ର ସମସ୍ତ ସାଧୁ ସନ୍ଥ ସହମତି ଭିତ୍ତିକ ସହଯୋଗ ପୂର୍ବକ ନିତିକାନ୍ତି ପାଳନ ନିମନ୍ତେ ମହିମା ଧର୍ମର ଖ୍ୟାତି ରକ୍ଷା ନିମନ୍ତେ ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଥିଲା । ଏଥିନିମନ୍ତେ ହୋଇଥିବା ମାନି ମକୋଦମା ତ୍ୟାଗ ମନୋଭାବ ନେଇ ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷଙ୍କୁ କୁହାଯାଇଛି । ପ୍ରସନିକ ଅଧିକାରୀ ପୀଠର ସନ୍ୟାସୀ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଗ୍ରାମବାସୀ ଙ୍କୁ ନେଇ ଏକ କମିଟି ଗଠନ କରାଯାଇ ନିତିକାନ୍ତି ନିମନ୍ତେ ଉପୁଜି ଥିବା ସମସ୍ୟା ର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଧର୍ମେନ୍ଦ୍ର କୁମାର ପରିଡ଼ା ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ରେ 5G !  ପେରମଞ୍ଜି, ରାଣୀଡୁମେର, ସିରମସ୍କା,ଓ ଗୋପାଳପୁର ଠାରେ 5G ଟାଓ୍ବାର ଉଦଘାଟନ

Sunil Chandra Nayak

ରାଣୀ ରକ୍ଷା ଲକ୍ଷ୍ମୀବାଇ ଆତ୍ମ ପ୍ରଶିକ୍ଷଣ ଉଦଯାପିତ 

masiha

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!