ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟୀ ଦାଣ୍ଡବୋଷ ଗ୍ରାମରେ ଐତିହ୍ୟ ସ୍ମାରକୀ ପୀଠର ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ଵାରା ଭୂମି ପୂଜନ

ମୟୂରଭଞ୍ଜ -୨୧/୨/୨୩ (ମସିହା) ଆଦିବାସୀ ସାନ୍ତାଳୀ ସମାଜର ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମମାଟି ଓ ସମାଧିସ୍ଥଳ ଦାଣ୍ଡବୋଷ ଗ୍ରାମକୁ ଐତିହ୍ୟ ସ୍ମାରକୀ ପୀଠ ଓ ପବିତ୍ର ତିର୍ଥ ଭୂମିରେ ପରିଣତ କରିବା ପାଇଁ ଵହୁ ପଦକ୍ଷେପ ନେଇଛନ୍ତି । ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ରାଇରଙ୍ଗପୁର ଗସ୍ତରେ ଆସି ଦାଣ୍ଡଵୋଷ ଗ୍ରାମକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳ ନିକଟବର୍ତ୍ତୀ ଦୁଇଟି ସ୍ଥାନରେ ଭୂମି ପୂଜନ କରିଥିଲେ ।ପରେ ଏକ ସଭା କାର୍ଯ୍ୟକ୍ରମରେ ସେ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମାଜର ଆଇନ, ଜଣେ ସାରସ୍ଵତ ସାଧକ,ବିଦ୍ୱାନ,ସମାଜ ସଂସ୍କାରକ ଥିଲେ । ସେ ଜାଣିଥିଲେ ବିଦ୍ୟା ହିଁ ଜୀବନର ଅମୂଲ୍ୟ ରତ୍ନ । ସାନ୍ତାଳୀ ସମାଜର ଲିପି ନ ଥିଲା । ତେଣୁ ସେ ସାଧନା ଓ ଦେବାଦେବୀ ପୂଜାରେ ଆଶୀର୍ବାଦ ପାଇଁ ସାନ୍ତାଳୀ ଲିପି ‘ଅଲଚିକି’ ସୃଷ୍ଟି କରିଥିଲେ । ଯେଉଁ ଲିପି  ଓ ଭାଷା ଦ୍ଵାରା ସମଗ୍ର ବିଶ୍ବ ସାନ୍ତାଳୀ ସମାଜ ଏକ ସୂତ୍ରରେ ବନ୍ଧା ହୋଇଛନ୍ତି ।ସେହି ମହାନ ସାରସ୍ବତ ଙ୍କୁ ସମ୍ମାନ ଜଣାଇ ତାଙ୍କରି ଜନ୍ମ ଓ ସମାଧୀ ସ୍ଥଳକୁ କେନ୍ଦ୍ର ସରକାର ଐତିହ୍ୟ ପର୍ଯ୍ୟଟନ ସ୍ଥଳ ପାଇଁ ବହୁ ଵିଧ ଯୋଜନା ନେଇଛନ୍ତି । ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଏକ ମୂର୍ତ୍ତି,ଅତିଥି ଗୃହ , ଆକର୍ଷଣୀୟ ତୋରଣ,ଆଲୋକସଜ୍ଜା,ପୁଷ୍କରିଣୀ ଉନ୍ନତିକରଣ,ପାର୍କ,ପାଠାଗାର‌ ସମେତ ଆବଶ୍ଯକୀୟ ଉନ୍ନତିକରଣ କରାଯିବା ପାଇଁ ଭୂମି ପୂଜନ କରିଥିଲେ ।ଟାଟା କମ୍ପାନୀର ବୈଷୟିକ ଇଞ୍ଜିନିୟର ମାନେ ଏହାକୁ ନିର୍ମାଣ କରିବେ ।ଏହା ଯେଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇପାରିବ ତାହା ପାଇଁ ଯଥାଯଥ ପଦକ୍ଷେପ ନିଆଯିବ ।କାର୍ଯ୍ଯକ୍ମମରେ ଟାଟା କମ୍ପାନୀର ସାମାଜିକ ବିଭାଗ ଅଧିକାରୀ ଜିରେନ ଟପ୍ନୋ,ଏସ ଏନ୍ ନନ୍ଦି, ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁ, ରଘୁନାଥ ମୁର୍ମୁଙ୍କ ଦୁଇ ନାତି ଭୀମଓ୍ବାର ମୁର୍ମୁ,ଚୁନି ମୁର୍ମୁ, ସଂଜିବ ମହାନ୍ତି,ସାଂସଦ ପ୍ରତିନିଧି ବରୁଣ ଦେ,ସଂଜୟ ନାୟକ , ବିଜୁ ଗୋପାଲ ଗୋପ,ସାମନ୍ତ ଗିରି,ଫାଗୁରାମ ମାରାଣ୍ଡି, ଘାସିରାମ ମୁର୍ମୁ, ବୈଦ୍ୟନାଥ ସିଂ,ଭାଲମଣି ଟୁଡୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଡଭୋକେଟ ଗୁରୁବା ମଂଚ ପରିଚାଳନା କରିଥିଲେ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମ ଓ ସମାଧି ସ୍ଥଳକୁ ଏକ ଜାତୀୟ ସ୍ତରର ସ୍ମାରକୀ ପୀଠ ଉଦ୍ୟମକୁ ଅଂଚଳବାସୀ ଭୂରି ଭୁରି ପ୍ରଶଂସା କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପେଟ କାମ ଚଳା ଶାଳ ଦାନ୍ତ କାଠି

Sunil Chandra Nayak

ବାର ଦଫା ଦାବି ନେଇ ନାରାୟଣପୋଷି ସ୍ଥିତ ଜେଏସଡବ୍ଲ୍ୟୁ ଲୌହ ଓ ମାଙ୍ଗାନିଜ ଖଣି ଗେଟ ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା 

masiha

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!