ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାମାଟିର ଗର୍ବ ଗୌରବ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

କାମାକ୍ଷାନଗର :(ମ ନି ସ)୦୩/୦୩_ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିଝାଟୀ ଗ୍ରାମର ବରିଷ୍ଠ ଆଏଏସ ଅଫିସର୍ ପ୍ରଦୀପ କୁମାର ଜେନା ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୮୯ ବ୍ୟାଚ୍ ର ବରିଷ୍ଠ ଆଏଏସ୍ ଅଫିସର୍ ଭାବେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଉପଜିଲ୍ଲା ପାଳ ଭାବେ କାର୍ଯ୍ୟ ଆରମ୍ଭ କରି ୧୯୯୯ ମସିହା ମହାବାତ୍ୟା ପରେ କଟକ ଜିଲ୍ଲାପାଳ ଓ ୨୦୧୭ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରେ ଉନ୍ନୟନ କମିଶନ ର ଭାବେ କାର୍ଯ୍ୟ କରିଛନ୍ତି। ମହାବାତ୍ୟା ପରବର୍ତ୍ତୀ ପୂର୍ନରୁଦ୍ଧାର କାର୍ଯ୍ୟ ଓ କୋଭିଡ଼ ମହାମାରୀ ସମୟରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ଗୁରୁ ଦାୟିତ୍ୱ ତୁଲାଇ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଫ୍ରଶସିତ ହୋଇଥିଲେ। ଆସନ୍ତା କାଲି ଏକ ତାରିଖରେ ରାଜ୍ୟ ସରକାରଙ୍କର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରୁଥିବାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ଶ୍ରୀଯୁକ୍ତ ଜେନା ଙ୍କୁ କାମାକ୍ଷାନଗର ର ଏନ୍‌ଏସି ନଗର ପାଳ ଧର୍ମାନନ୍ଦ ପରିଡା ବ୍ଳକ୍ ଅ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଓକିଲ ସଂଘର ସଭାପତି ଧର୍ମାନନ୍ଦ ମଲ୍ଲିକ,କାମାକ୍ଷାନଗର ପ୍ରେସ୍‌ କ୍ଲବ୍, ଆମ୍ବେଦକର ବିଚାର ମଞ୍ଚ ପ୍ରମ୍ମୁଖ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

ବିରାଟକାୟ ବୃକ୍ଷ ରାଜରାସ୍ତା ରେ ଉପୁଡ଼ି ପଡ଼ିବାରୁ ଯାତାୟାତ ଠପ୍ ନର୍ଲା ବିଡ଼ିଓ ଏବଂ ଅଗ୍ନିଶମ ବିଭାଗ ର ତୁରନ୍ତ ସହଯୋଗ ରେ ଯାତାୟାତ ସୁଗମ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ କୁ ନେଇ ବିବେକ ସେନା ପକ୍ଷରୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!