ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାମାଟିର ଗର୍ବ ଗୌରବ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

କାମାକ୍ଷାନଗର :(ମ ନି ସ)୦୩/୦୩_ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିଝାଟୀ ଗ୍ରାମର ବରିଷ୍ଠ ଆଏଏସ ଅଫିସର୍ ପ୍ରଦୀପ କୁମାର ଜେନା ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୮୯ ବ୍ୟାଚ୍ ର ବରିଷ୍ଠ ଆଏଏସ୍ ଅଫିସର୍ ଭାବେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଉପଜିଲ୍ଲା ପାଳ ଭାବେ କାର୍ଯ୍ୟ ଆରମ୍ଭ କରି ୧୯୯୯ ମସିହା ମହାବାତ୍ୟା ପରେ କଟକ ଜିଲ୍ଲାପାଳ ଓ ୨୦୧୭ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରେ ଉନ୍ନୟନ କମିଶନ ର ଭାବେ କାର୍ଯ୍ୟ କରିଛନ୍ତି। ମହାବାତ୍ୟା ପରବର୍ତ୍ତୀ ପୂର୍ନରୁଦ୍ଧାର କାର୍ଯ୍ୟ ଓ କୋଭିଡ଼ ମହାମାରୀ ସମୟରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ଗୁରୁ ଦାୟିତ୍ୱ ତୁଲାଇ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଫ୍ରଶସିତ ହୋଇଥିଲେ। ଆସନ୍ତା କାଲି ଏକ ତାରିଖରେ ରାଜ୍ୟ ସରକାରଙ୍କର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରୁଥିବାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ଶ୍ରୀଯୁକ୍ତ ଜେନା ଙ୍କୁ କାମାକ୍ଷାନଗର ର ଏନ୍‌ଏସି ନଗର ପାଳ ଧର୍ମାନନ୍ଦ ପରିଡା ବ୍ଳକ୍ ଅ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଓକିଲ ସଂଘର ସଭାପତି ଧର୍ମାନନ୍ଦ ମଲ୍ଲିକ,କାମାକ୍ଷାନଗର ପ୍ରେସ୍‌ କ୍ଲବ୍, ଆମ୍ବେଦକର ବିଚାର ମଞ୍ଚ ପ୍ରମ୍ମୁଖ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

୧- ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ , ୨- କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ , ୩- ବିଦ୍ୟୁତ୍ ସ୍ବାଡ୍‌ର ଚଢ଼ଉକୁ ନେଇ ଉତ୍ତେଜନା , ୪- କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ , ୫-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା , ୬- ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ ,୭- ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ , ୮- ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ଓଡ଼ିଶା ରାଜ୍ଯର ବିଭିନ୍ନ ସ୍ଥାନରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୮ ତମ ତିରୋଧାନ ଦିବସ -୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!