ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

ଚନ୍ଦାହାଣ୍ଡି -(ମ ନି ସ ) ଭୁବନେଶ୍ୱର ଠାରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା କଳିଙ୍ଗ ସାହିତ୍ୟ ମହୋତ୍ସବରେ କବି ତଥା ପ୍ରଶାସକ ଧର୍ମରାଜ ମାଝୀଙ୍କ ତୃତୀୟ କବିତା ସଙ୍କଳନ ‘ବାବୁଲାଲ’ ଲୋକାର୍ପଣ ହେଇଛି । ଏହି ଉନ୍ମୋଚନ ପର୍ବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କବି ଡଃ. ଧନଞ୍ଜୟ ସ୍ବାଇଁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଦିତ୍ୟ ଭାରତ ପ୍ରକାଶନରୁ ସବ୍ୟସାଚୀ ବିଷୋୟୀ ମଞ୍ଚାସୀନ ହୋଇଥିଲେ। ଆକାଶବାଣୀ ଓ ଦୂରଦର୍ଶନର ଉପସ୍ଥାପକ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ଡଃ ଧନଞ୍ଜୟ ସ୍ବାଇଁ କବିତା ସଙ୍କଳନର ବହୁଳ ପାଠକୀୟ ଆଦୃତି ପାଇଁ କାମନା କରିଥିବା ବେଳେ କବି ଧର୍ମରାଜ ମାଝୀ ନିଜ ଲେଖକୀୟ ଅଭିବ୍ୟକ୍ତିରେ କହିଥିଲେ ଯେ ‘ବାବୁଲାଲ ହେଉଛି ସାଧାରଣ ମଣିଷର ଅସାଧାରଣ କଥା, ଅସହଜ ଭିତରେ ସହଜର ସହଚର। ବାବୁଲାଲ ସିରିଜ୍ କବିତାର ପ୍ରତ୍ଯେକ କବିତା ମାନବୀୟ ଚେତନାରେ ଭରି ରହିଛି।’ ଏହି ଅବସରରେ କଳିଙ୍ଗ ସାହିତ୍ୟ ମହୋତ୍ସବର ସୂରଜ ମହଲରେ ଓଡିଶାର ବହୁ ଲବ୍ଧପ୍ରତିଷ୍ଠ ସାହିତ୍ୟିକ/ସାହିତ୍ୟିକା ତଥା ସାହିତ୍ୟକୁ ଭଲ ପାଉଥିବା ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବହଳଦା ଏକଲବ୍ୟ ବିଦ୍ୟାଳୟ ଛାତ୍ର ରାମଚନ୍ଦ୍ର – ଜାତୀୟ ସ୍ତରରେ ଗୌରବ ଆଣିଲେ

Sunil Chandra Nayak

ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟୀ ଦାଣ୍ଡବୋଷ ଗ୍ରାମରେ ଐତିହ୍ୟ ସ୍ମାରକୀ ପୀଠର ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ଵାରା ଭୂମି ପୂଜନ

Sunil Chandra Nayak

ପ୍ରାଚୀନ ସିଦ୍ଧେଶ୍ବର ଶୈବପୀଠ

Sunil Chandra Nayak

Leave a Comment

error: Content is protected !!