ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୋଳ ପୂର୍ଣ୍ଣିମା ଅବସର ରେ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ସାମ୍ବାଦିକ ଓ କଳାକାର

ଜୁନାଗଡ଼,୯/୩(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହାଲ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ପବିତ୍ର ଦୋଳ ପୂର୍ଣ୍ଣିମା କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳନ ହେଉଥିବା ବେଳେ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ସ୍ବର୍ଗତ ଦିବାକର ପୁଝାରି ଙ୍କଉତ୍ସର୍ଗୀକୃତ ନାଟକ କଂହେଇ ରାଜା ମୋ ବାଇଦ ବାଜା ନାଟକ ମଞ୍ଚସ୍ତ ହୋଇଯାଇଛି। କୃପାସିନ୍ଧୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସର ରେ ଅଞ୍ଚଳ ର ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲଳିତ କିଶୋର ପଣ୍ଡା, ମୁଖ୍ୟ ବକ୍ତା ଭାବେ ବ୍ୟାଙ୍କ ମ୍ୟାନେଜର ବିମଲ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶାମୁକା ରାଣି, ସୁରେଶ ଚନ୍ଦ୍ର ପଣ୍ଡା, ନିର୍ଦେଶକ ଭବାନୀ ଶଙ୍କର ପଟ୍ଟନାୟକ, ଗୋଦାବରୀଶ ପଣ୍ଡା ଉପସ୍ଥିତ ରହି ସାମ୍ବାଦିକତା କ୍ଷେତ୍ରରେ କୋକସରା ବ୍ଲକ ପ୍ରମେୟ ଖବରକାଗଜ ର ସାମ୍ବାଦିକ ସନତ କୁମାର ପ୍ରଧାନୀ, ଧର୍ମଗଡ ବ୍ଲକ ର ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ ଓ ଜୁନାଗଡ ବ୍ଲକ ର ସାମ୍ବାଦିକ ନରେନ୍ଦ୍ର କ୍ଷୀତି ଓ କଳାକାର ବେଣୁଧର ବେଣୁପାଣି, ନାଟ୍ୟକାର କୃତିବାସ ମୁଣ୍ଡ, ସନାତନ ହଂସ, ବେଣୁଧର ସିଂ ଙ୍କୁ ଏହି ଅବସର ରେ ଉପସ୍ଥିତ ଅତିଥିମାନେ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ କୁ କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଆଦିତ୍ୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାଣ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ 

masiha

ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ : ଯୁବ ସମାଜର ଜାଗ୍ରତ ସ୍ୱର ଓ ସ୍ୱାକ୍ଷର 

masiha

ମୋ ଘର ପାଇଁ ଭିଏଲଇ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ

Leave a Comment

error: Content is protected !!