ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ପତ୍ର ଯାଞ୍ଚ

ନବରଙ୍ଗପୁର(ମସିହା) ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ଶୁକ୍ରବାର ନାମାଙ୍କନ ପତ୍ର ଯାଞ୍ଚ ଦିବସରେ ନାମାଙ୍କନ ଦାଖଲ କରିଥିବା ସମସ୍ତ ଆବେଦନ କାରୀ ମାନେ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହିଥିଲେ । ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ପରେ ୧୫ ଜଣଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଗ୍ରହଣ କରିଥିବା ଜଣା ପଡିଛି । ଏହି କ୍ରମରେ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ , ଉପ ସଭାପତି ପଦବୀ ପାଇଁ ଆଇନଜୀବୀ ହରିନାରାୟଣ ବେହେରା ଓ ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ପଦବୀ ପାଇଁ ମାନସ ତ୍ରିପାଠୀ ଓ ତପନ ସିଂ, କୋଷାଧ୍ୟକ୍ଷ ପଦବୀରେ ସ୍ନେହଲତା ଦେବୀ ଓ ଅନିଲ ଦୀନବନ୍ଧୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ତପନ ପାଣିଗ୍ରାହୀ,ବାଲାଜୀ ପ୍ରସାଦ ମିଶ୍ର ,ପ୍ରଶାନ୍ତ କୁମାର ପଟ୍ଟନାୟକ, ଗୋପାଳ କୃଷ୍ଣ ଶତପଥୀ,ସତୀଶ ଚନ୍ଦ୍ର ନାୟକ ଏବଂ ଦିନେଶ ରାଜ କୋର୍କରାଙ୍କ ନାମାଙ୍କନକୁ ଯାଞ୍ଚ ପରେ ଗ୍ରହଣ କରାଯାଇଛି । ସୂଚନା ଯୋଗ୍ୟ ଯେ, ଯୁଗ୍ମ ସମ୍ପାଦକ ପଦବୀରେ ଜଣେ ମାତ୍ର ସଦସ୍ୟ ସନ୍ଦୀପ ମିଶ୍ରଙ୍କ ନାମାଙ୍କନକୁ ମଧ୍ୟ ଗ୍ରହଣ କରାଯାଇଛି । ଆସନ୍ତା ୧୨ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ଦିବସ ରହିଛି । ୧୩ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର, ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମ୍ବ୍ରାନ ସରିଫ ପରିଚାଳନା କରୁଛନ୍ତି ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଡ଼କ୍ଟର ମନୋଜ କୁମାର ବିଶ୍ୱାଳ ନିଟ  (NIT) ରାଉରକେଲା ରୁ ପାଇଲେ ପି ଏଚ୍ ଡି

Sunil Chandra Nayak

ଅଭ୍ୟାସ ଟେକ୍ନୋ ସ୍କୁଲରେ ଶିଶୁ ଦିବସ

masiha

ରାସ୍ତା କଡ଼ରେ ବିଦ୍ୟୁତ ତାର ଉପରେ ମାଡ଼ି ବସିଛି ବିଶାଳ ବୃକ୍ଷ୍

Sunil Chandra Nayak

Leave a Comment

error: Content is protected !!