ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁର୍କିଲିମାରେ ବନାଗ୍ନି ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଅମ୍ବାଦଳା ୧୧/୩/୨୩ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଡୁର୍କିଲିମା ଅଞ୍ଚଳରେ ଦେଖା ଦେଇଛି ଜଙ୍ଗଲ ତଥା ବୃକ୍ଷ ଦେବତା ପ୍ରତି ଅନାବିଲ ପ୍ରେମ। ଡୁର୍କିଲିମା ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଅନା ବନା କଣ୍ଟା ଲତା ଗୁଡ଼ିକୁ ସ୍ଥାନୀୟ ଯୁବଶକ୍ତି କ୍ଲବ୍ ଓ ଗ୍ରାମବାସୀ ମିଳିମିଶି ସଫା କରିଛନ୍ତି।ବିନା କୌଣସି ସରକାରୀ ପ୍ରୋତ୍ସାହନରେ ଜଙ୍ଗଲ ନିଆ ନିୟନ୍ତ୍ରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା କରା ଯାଇ ଆଖ ପାଖ ଗ୍ରାମ ମାନଙ୍କୁ ମଧ୍ୟ ବାର୍ତ୍ତା ପଠା ଯାଇଥିଲା। ମହୁଲ ସଂଗ୍ରହ,ବଣ ଭୋଜି, କପା ଗଛ ପୋଡ଼ିବା ଓ ଶିକାର କରିବା, ପୋଡୁ ଚାଷ କରିବା ଆଦି କାରଣ ରୁ ଜଙ୍ଗଲରେ ନିଆଁ ଲାଗୁଛି ବୋଲି ସମସ୍ତେ ହୃଦୟଙ୍ଗମ କଲେ।ଏହା ବ୍ୟତୀତ ଗାଈ, ଛେଳି, ଚାରଲୀ ମାନେ ବିଡ଼ି, ସିଗାରେଟ ଖାଇ ପକାଇବା ମଧ୍ୟ ଜଙ୍ଗଲ ନିଆଁର ଏକ ପ୍ରମୁଖ କାରଣ ବୋଲି ଆଲୋଚନା କରାଯାଇଥିଲା। ସମସ୍ତେ ସଚେତନ ତଥା ସଜାଗ ହେବା ପାଇଁ ଉପସ୍ଥିତ ସଦସ୍ୟ ମାନେ ଦୃଢ଼ ମତ ପୋଷଣ କରିଥିଲେ। ଏଥି ପ୍ରତି ସମସ୍ତେ ଯତ୍ନବାନ ହେଲେ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ହେବ, ଏହି ଉକ୍ତିକୁ ଉପସ୍ଥିତ ସଦସ୍ୟ ମାନେ ଉପଲବ୍ଧି କରିଥିଲେ।

 ନିଜସ୍ଵ ସହଭାବି ଉଦ୍ୟମରେ ଗ୍ରାମର ପ୍ରାୟ ଆଠ ଏକର ଉଜୁଡ଼ା ଜଙ୍ଗଲକୁ ଆଜି ସବୁଜ ବଳୟରେ ରୂପାନ୍ତରିତ କରାଯାଇପାରିଛି। ପ୍ରତିବର୍ଷ ଠିକ୍ ଏହି ସମୟରେ ଗ୍ରାମବାସୀ ମାନେ ଏଭଳି ଯଙ୍ଗଲ ସୁରକ୍ଷା କାର୍ଯ୍ୟ ଗତ ଆଠ ବର୍ଷ ହେଲା କରି ଆସୁଛନ୍ତି। ସ୍ତାନୀୟ ଆଦିବାସୀ ବିଜେଡ଼ି ନେତା ତଥା ସମବାୟ ସମିତିର ନିର୍ଦେଶକ ଜଗନ୍ନାଥ ନୁଣ୍ଡରୁକା ନେତୃତ୍ୱ ଏବଂ ଦିଗଦର୍ଶନରେ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲୁରହିଥିବା ଜଣାପଡିଛି।ନିଜ ଅଞ୍ଚଳରେ ଜଙ୍ଗଲ ସୁରକ୍ଷାର ପୁରୋଧା ସାଜିଛନ୍ତି ଏହି ଉଦିୟମାନ ଆଦିବାସୀ ନେତା ଏବଂ ଗ୍ରାମର ମୁଖ୍ୟ ଜଳନ୍ଧର ନୁଣ୍ଡରୁକା,କ୍ଳବ ସଭାପତି ପ୍ରଶାନ୍ତ ନୁଣ୍ଡରୁକା, ହଳଧର ସିକକା, ଶ୍ରୀକାନ୍ତ, ଶଙ୍କର, ଅଜିତ, ଲକୀ , ସୁକୃ , ହରିବନ୍ଧୁ ,ଖଲି ହିଆଲ ଶ୍ରୀକାନ୍ତ ବାଗ, ଦେବରାଜ, ବିଜୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି : ଥୁଆମୂଳ ରାମପୁର ବ୍ଲକ ରେ କଫି ଚାଷ । ଆଦିବାସୀ ମହିଳା ଙ୍କୁ ନୂଆ ପରିଚୟ ଦେବ କଫି ଚାଷ…

masiha

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

ଅଙ୍ଗନବାଡ଼ି କର୍ମୀ ଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!