ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାନସିକ ଭାଗବତ ପାରାୟଣ ସପ୍ତାହର ଶୁଭାରମ୍ଭ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ତିତକେଲା ହନୁମାନ ମନ୍ଦିର ଛକଠାରେ ଏକ ସପ୍ତାହ ବ୍ୟାପୀ ମାନସିକ ଭାଗବତ ପାରାୟଣ ସପ୍ତାହର ଶୁଭାରମ୍ଭ କରାଯାଇଛି। ଆୟୋଜକ ସଦାନନ୍ଦ ବିଶ୍ଵାଳ ଓ ତିତକେଲା ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋନପୁର ଜିଲ୍ଲାରୁ ଆସିଥିବା ସୁନାମଧନ୍ୟ ପାରାୟଣ ଗାୟକ ମଧୂସୁଦନ ଦାସଙ୍କ ସୁଲଳିତ କଣ୍ଠରେ ପ୍ରତ୍ୟେକ ଦିବସରେ ଭାଗବତ ଗାନ କରାଯାଇ ଆଧ୍ୟାତ୍ମ ବିଚାର ଓ ବିବିଧ ଧାର୍ମିକ ଚିନ୍ତନର ବିଚାରକୁ ଶ୍ରୋତା ମାନଙ୍କ ପାଖରେ ପହଞ୍ଚାଇବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଛି। ପୂଜା ସ୍ଥଳରେ ଚୂଡ଼ାମଣି ବିଶ୍ଵାଳ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ବିଶ୍ଵାଳ କର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ପୂଜାର୍ଚ୍ଚନା କାର୍ଯ୍ୟରେ ପୂଜକ ବିଷ୍ଣୁ ଚରଣ ପଣ୍ଡା କାର୍ଯ୍ୟ ନିର୍ବାହ କରିଛନ୍ତି। ଭାଗବତ ପାରାୟଣ ଶ୍ରବଣ ସକାଶେ ଏହି ସ୍ଥାନରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତମାନେ ଆସିଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

Sunil Chandra Nayak

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

Sunil Chandra Nayak

ଉଦିତନଗର ଓରାମପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ମହୋତ୍ସବ

Leave a Comment

error: Content is protected !!