ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଲକ୍ଷ୍ମୀପୁର.୧୩।୦୩ //କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏକ ଅଭାଭନୀୟ ଘଟଣା ଘଟି ଜାଇଛି।ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକଙ୍କ ନାମ ଭିମାରାପୁ ନରେନ୍ଦ୍ର,ତାଙ୍କ ଘର ବନ୍ଧୁଗାଁ ବ୍ଲକ ତୁରୁକପେଟା ବୋଲି ଜଣା ପଡିଥିବା ବେଳେ ସିଏ ବନ୍ଧୁଗାଁ ବ୍ଲକ୍ ସଦର ଠାରେ ଖବର କାଗଜ ବାଣ୍ଟିବା ସହ,ଅଗ୍ନୀଶ୍ରମ କାର୍ଯ୍ୟାଳୟ ଠାରେ ଝାଡୁ ଦାର୍ ଓ ପାନିୟଜଳ ଯୋଗାଣ ପମ୍ପ ଅପରେଟର୍ ଭାବେ କାମ କରନ୍ତି।ସେଥିରୁ ଜାହା ମିଳେ ସେତିକିରେ ପରିବାର ଭରଣ ପୋଷଣ କରୁଥିଲେ।ପରିବାର କହିଲେ ନିଜ ବଡ ଭାଇଙ୍କ ମୃତ୍ୟୁ ପରେ ତାଙ୍କର ତିନଟି ପିଲା ଓ ନିଜର ମାଙ୍କୁ ନେଇ ସିଏ ରହୁଥିଲେ।ବର୍ତମାନ ସେମାନେ ଦୁଃଖରେ ପୁରା ଭାଙ୍ଗି ପଡିଛନ୍ତି।ଏନେଇ ଥାନାରେ ଏକ ମାମଲା ରୁଜୁ କରିଛି ବନ୍ଧୁଗାଁ ପୋଲିସ। ଖବରରୁ ପ୍ରକାଶ ନରେନ୍ଦ୍ର ଗତ ରାତି ଦଶଟାରେ କୌଣସି ଏକ ଜରୁରି କାମରେ ନାରାୟଣପାଟଣାକୁ ନିଜ ମଟର ସାଇକଲରେ ଯାଉଥିବା ବେଳେ ଦଣ୍ଡାବାଡି ପୋଲ ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ।କୌଣସି ଅଜଣା ଗାଡି ତାଙ୍କୁ ଧକାଦେଇ ଚାଲି ଯାଇଥିଲା।ସେଇ ବାଟ ଦେଇ ନାରାୟଣପାଟଣାର କିଛି ଯୁବକ ନିଲାବାଡି ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ବନ୍ଧୁଗାଁ ଅଗ୍ନୀଶ୍ରମ ବିଭାଗକୁ ଜଣାଇଥିଲେ।ସେଠାରୁ ଓଡ୍ରାଫ ଟିମ୍ ଆସି ତାଙ୍କ ପରିବାରକୁ ଜଣାଇବା ସହ ନରେନ୍ଦ୍ରକୁ ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରାଇଥିଲେ।ତାଙ୍କ ଅବସ୍ଥା ଅତି ଗୁରୁତର ଥିବା ଦେଖି ଚିକିସ୍ଚା କରୁଥିବା ଡାକ୍ତର କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ।ସେଠାରେ ଆଜି ସକାଳ ୫ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।ଫଳରେ ବନ୍ଧୁଗାଁ ପୋଲିସ ସେଠାରେ ସବ ବ୍ୟବଛେଦ କରାଇ ପରିବାର ଲୋକଙ୍କ ହସ୍ତାନ୍ତର କରିଥିବା ତଦନ୍ତ କାରି ଅଫିସର ଏଏସ୍ଆଇ ଭାସ୍କର ମୋରା କହିଛନ୍ତି।ଅଜଣା ଗାଡି ଧକାରେ ଆଜି ଜଣେ ଗରିବ ଲୋକର ମୃତ୍ୟୁ ଘଟିଥିବା ବେଳେ ଜଣେ ମା ତାର ରୋଜଗାରିଆ ପୁଅକୁ ହରାଇଛି ଓ ତିନିଜଣ ପିଲା ପୁଣି ଥରେ ଅନାଥ ହୋଇ ଯାଇଛନ୍ତି।ତେଣୁ ଏଇ ଭଳି ବେପରୁଆ ଗାଡି ଚାଳକ ମାନଙ୍କୁ କଠୋର ରୁ କଠୋର ସାଶ୍ତି ମିଳିବା ଦରକାର ବୋଲି ସାଧାରଣରେ ଦାବି ହୋଇଛି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

masiha

ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମହିଳା ଦୁଇ ମାଓବାଦୀ ନିହତ# Ak 47 , SLR ରାଇଫଲ ଉଦ୍ଧାର # ଏ ଡି ଜି ପି ସଞ୍ଜୀବ ପଣ୍ଡା କହିଛନ୍ତି ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ # 

Sunil Chandra Nayak

ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ: ପ୍ରଶାସନ ନିଦାବିଷ୍ଣୁ 

Sunil Chandra Nayak

Leave a Comment

error: Content is protected !!