ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଦାବି ତେଜିଲା

କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୧୩/୦୩(ମନିସ)-ଦୀର୍ଘ ବର୍ଷ ହେଲା ଶିଳ୍ପର ସହର ଲାଞ୍ଜିଗଡ଼ଠାରେ ଏକ ଆଇଟିଆଇ ସ୍ଥାପନ କରାଯିବାକୁ ନେଇ ଦାବି ହୋଇଆସୁଛି । ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ଜାଗା ମଧ୍ୟ ଚିହ୍ନଟ ହୋଇସାରିଛି କିନ୍ତୁ ଆଇଟିଆଇ ସ୍ଥାପନକୁ ନେଇ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଅପରପକ୍ଷରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ ମାତ୍ର ୨୫ କିମି ଦୂରତା ମଧ୍ୟରେ ଦୁଇ ଦୁଇଟି ଆଇଟିଆଇ ସ୍ଥାପନ ପାଇଁ ସରକାର ଘୋଷଣା କରିଛନ୍ତି । ଏହାକୁ ନେଇ ଲାଞ୍ଜିଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଅଞ୍ଚଳର ଆବଶ୍ୟକତା ଦୃଷ୍ଟିରୁ ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ସଂପର୍କରେ ଶାସନ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଜନସାଧାରଣ ଅଣ୍ଟା ଭିଡ଼ିଛନ୍ତି । ଏହାକୁ ନେଇ ଆଜି ଲାଞ୍ଜିଗଡ଼ଠାରେ ଆଇଟିଆଇ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନକୁ ନେଇ ଜନଆନ୍ଦୋଳନ ତୀବ୍ର କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ବରିଷ୍ଠ ନାଗରିକ କାମରାଜ ଦଳବେହେରା, ଉଦୟ କୁମାର, ଅଶୋକ ପଟ୍ଟନାୟକ, ସୁବାସ ଅଗ୍ରୱାଲ, ଶ୍ରୀମୁଖ ଅଗସ୍ତି, ପରମାନନ୍ଦ ନାଏକ, ଭଗବାନ ହୋତା, ସୁଷମା ମାଝୀ, ସୁଲୋଚନା ବାଣୁଆଙ୍କ ସମେତ ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ ଓ ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଲାଞ୍ଜିଗଡଠାରେ ଆଇଟିଆଇ ସ୍ଥାପନ ନେଇ ୍ ଦାବି ହୋଇ ଆସୁଥିବାବେଳେ ଏ ଦିଗରେ କୌଣସି ଅଗ୍ରଗତି ନହେବାରୁ ଏହି ଦାବିର ସ୍ୱର ଧିମା ହୋଇଯାଇଥିଲା । ତେବେ ଗତ ପଞ୍ଚାୟତ ନିର୍ବାଚନରେ ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ଦାବିକୁ ନିଜ ଜନତା ଏଜେଣ୍ଡାରେ ସ୍ଥାନ ଦେଇ ସ୍ୱାଧୀନ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ସୁଶୀଲ କୁମାର ବାଗ ଏହାକୁ ନିର୍ବାଚନୀ ପ୍ରସଙ୍ଗ ଭାବେ ଜନମାନସରେ ଉତ୍‌ଥାପନ କରିଥିଲେ । ଏହାସହିତ ନିର୍ବାଚନରେ ପରାଜିତ ହେବା ପରେ ବି ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଲାଞ୍ଜିଗଡ ଅଞ୍ଚଳବାସୀଙ୍କ ଦାବିକୁ ଦୋହରାଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଲାଞ୍ଜିଗଡଠାରେ ଆଇଟିଆଇ ସ୍ଥାପନ ଦାବି ତେଜିବାରେ ଲାଗିଥିବାବେଳେ ଏହା ଏକ ବିରାଟ ଜନଆନ୍ଦୋଳନ ରୂପ ନେବାକୁ ଯାଉଛି ଆଜିର ବୈଠକକୁ ଦେଖିଲେ ଏହା କୁହାଯାଇପାରେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

UAIL, DHH Jointly Organise Blood Donation Camp  , 229 Units Collected

Sunil Chandra Nayak

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

ଜୁନାଗଡ଼, ଲଙ୍କେଶ୍ୱରୀ ପ୍ରେସ କ୍ଲବ ର ନୁର୍ତ୍ତନ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!