ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ତା ୨୨. ୦୩.୨୦୨୩ ରିଖ ରେ ଜିଲ୍ଲାସ୍ତରୀୟ ରୋଜଗାର ମେଳା

ଭବାନୀପାଟଣା ତା ୧୪.୦୩.୨୦୨୩ – ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଆସନ୍ତା ୨୨.୦୩.୨୦୨୩ ରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ରୋଜଗାର ମେଳା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା କର୍ମ ନିୟୋଜନ ଅଧିକାରୀ ଶ୍ରୀ ଅଜିତ ଉତ୍ତରାୟଙ୍କ ସୂଚନା ଅନୁସାରେ ଏହି ଜିଲ୍ଳା ସ୍ତରୀୟ ରୋଜଗାର ମେଳା ଡି.ଆଇ.ଟି ପଡିଆ ରେ ଅନୁଷ୍ଠିତ ହେବ । ବୈଠକରେ ଆବଶ୍ୟକ ଟେଣ୍ଟ ପ୍ରସ୍ତୁତି, ସାମୟିକ ଶୌଚାଳୟ, ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା, ନିଯୁକ୍ତି ଦାତା ଓ କାର୍ଯ୍ୟକାରିଣୀ ସଂସ୍ଥା ପାଇଁ ଷ୍ଟଲ୍, ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଦୂର ଦୁରାନ୍ତ ଲାଞ୍ଜିଗଡ଼, ଥୁଆମୁଲ ରାମପୁର ଓ ଅନ୍ୟାନ୍ୟ ବ୍ଲକ୍ ରୁ ୫ ଟି ବସ୍ ର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ଆବଶ୍ୟକ ପୋଲିସ, ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ ସେବା ଏବଂ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯାଇଛି । ନିଯୁକ୍ତି ଦାତା ମାନଙ୍କ ମଧ୍ୟରୁ ବେଦାନ୍ତ, ଟେକ୍ ମହିନ୍ଦ୍ରା, ଏସ ବି ଆଇ ଲାଇଫ, ପିଆଯିଓ , ଡିଭାଇନ ହେଲଥ ଏଭଳି ୧୫ ରୁ ଉର୍ଦ୍ଧ କମ୍ପାନୀ ଆସୁଛନ୍ତି। ୧୮ ରୁ ୩୫ ବର୍ଷ ବୟସ୍କ ରୋଜଗାର ଆଶାୟୀ ଯୁବକ ଯୁବତୀ ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଉଛି।ବୈଠକରେ ଡି ଏସ ପି ବିଚିତ୍ରାନନ୍ଦ ସେଠୀ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଓରମାସ ଅଧିକାରୀ ଜଜ କେରକେଟା,ସରକାରୀ ପଲିଟେକନିକ୍ ଅଧ୍ୟାପକ, ଏ ଡି ଏମ ଓ , ମୁନିସିପାଲଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମୃତକଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଲେ ସୁଖଦୁଃଖର ସାଥୀ ଅଶୋକ

masiha

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

Sunil Chandra Nayak

ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!