ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା/ ରାଉରକେଲା ର ଦୁଇ ଅଗ୍ରଣୀ ଅନୁଷ୍ଠାନ ୟୁଥ ମୁଭମେଣ୍ଟ ଫେଡରେସନ ଅଫ ଇଣ୍ଡିଆ ଓ ଆସ୍ଥା ର ମିଳିତ ସହଯୋଗ ରେ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳନ ହୋଇ ଯାଇଛି । ଉକ୍ତ ସମାରୋହ ରେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରଫେସର ଡଃ ସରିତା ମଲ୍ଲ ମୁଖ୍ୟବକ୍ତା,ସମାଜସେବୀ ଅନିତା ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥି ସହିତ ସମାଜସେବୀ କମଳ ଅଗ୍ରୱାଲ , ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲ, ଦୈନିକ ଉତ୍କଳମେଲ ର ମୁଖ୍ୟ ସଂପାଦକ ଡଃ ପୀତବାସ ମିଶ୍ର, ଆସ୍ଥା ର ସଭାପତି ବିଷ୍ଣୁ ମୋହନ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ । ପ୍ରାରମ୍ଭ ରେ ୟୁଥ ମୁଭମେଣ୍ଟ ଫେଡରେଶନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ଵାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରଥିଲେ l ଅନୁଷ୍ଠାନ ର ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥି ଅନୁଷ୍ଠାନ ର ସାଂସ୍କୃତିକ କାର୍ଯ୍ୟ ସ୍ଵର୍ଗତl ମୀନାକ୍ଷୀ ଧର ଙ୍କ ଠାରୁ ଆରମ୍ଭ ହୋଇଥିଲା କହି ତାଙ୍କ ସହ ଥିବା ବନ୍ଧୁତ୍ବ ଭାବକୁ ପ୍ରକଟ କରିଥିଲେ । ଆସ୍ଥା ର ସାଧାରଣ ସମ୍ପାଦକ ଆଲୋକ ଜେନା ସ୍ବର୍ଗତା ଧର ଙ୍କ ସ୍ମୃତି ଚାରଣ କରି ମହିଳା ଦିବସ ଏକ ନିଆରା ଢଙ୍ଗ ରେ ସେ ଆରମ୍ଭ କରିଥିଲେ ବୋଲି କହିଥିଲେ।

ଏହି ଅବସରରେ ଡଃ ମଲ୍ଲ ଓ ଶ୍ରୀମତୀ ଅଗ୍ରୱାଲଙ୍କୁ ଷ୍ଟାର ଓମେନ ଆୱାର୍ଡ ରେ ସମ୍ବର୍ଦ୍ଧତ କରାଯାଇଥିବା ବେଳେ ସୁମିତ୍ରା ସ୍ଵାଇଁ , ଶୁଭଦ୍ରା ପ୍ରଧାନ ଓ ସୁଶ୍ରୀ ଡି ପୂଜା ଙ୍କୁ ବିଶେଷ ପ୍ରତିଭା ଅଧିକାରୀ ରୂପେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଆରମ୍ଭରେ ଆସ୍ଥା ସଦସ୍ୟ ମାନେ ଉତ୍କଳ ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ l ସଙ୍ଗୀତ, ନୃତ୍ୟ ଓ ମଡେଲ ମାନଙ୍କ ରlମ୍ପ ୱାକ ପରିବେଷଣ ଏକ ନୂତନ ଅନୁଭୂତି ସୃଷ୍ଟି କରିଥିଲା । ଏହି ଅବସରରେ ମହିଳା ମାନଙ୍କ ଦ୍ଵାରା କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଯଥା – ସୂର୍ଯ୍ୟ ନନ୍ଦିନୀ , ଗରିମା, ମା ମଙ୍ଗଳା, ଶ୍ରୀ ଔରୋ, ଏକତା, ସ୍ଵରାଗିଣୀ, ଲେଡି ଲାୟନ, ସୁରଭି ଓ ସ୍ମାର୍ଟ ଲେଡିଜ ପରି ନଅ ଗୋଟି ଅନୁଷ୍ଠାନ କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କାର୍ଯ୍ୟକ୍ରମର ସଞ୍ଚାଳିକl ଭାବେ ଜ୍ୟୋତ୍ସ୍ନା ସାହୁ ଓ ମୋନାଲିସା ସାହୁ କାର୍ଯ୍ୟ ତୁଲାଇ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ମୀରା, ଅଶୋକ, ଅଶ୍ଵିନୀ, ପରଶୁରମ, ଶୁଭଲକ୍ଷ୍ମୀ, ବୈଜୟନ୍ତୀ, ପୁର୍ଣିମା, ବିପ୍ଳବୀନି, ରେଣୁ ପ୍ରଭା, ମଧୁମିତା, ତପସ୍ଵିନୀ, ଅମୃତା, ନମିତା, ମିନତୀ, କୁନୁ ରାଣୀ ଙ୍କ ସହ ପ୍ରିୟାଙ୍କା ଓ ରଶ୍ମିତା ସହଯୋଗ କରିଥିଲେ । ଆସ୍ଥା ର ଉପସଭାପତି ରାଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖଡ଼ୁରା ସମାଜ ଭୁବନେଶ୍ୱର ଶାଖାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ୱାରାଂଚିତି ଲିପି ପ୍ରବର୍ତ୍ତକ ଲାକୋ ବଦ୍ରାଙ୍କ ପୁଣ୍ୟ ତିଥି ପାଳିତ

Sunil Chandra Nayak

ରିଲାଇବ୍ଲେ ଇନ୍ଫ୍ରାଟେକ୍ ପକ୍ଷରୁ ଟାଟା ଷ୍ଟିଲ କମ୍ପାନୀରେ ସଡ଼କ ସୁରକ୍ଷା ପାଳିତ 

Sunil Chandra Nayak

Leave a Comment

error: Content is protected !!