ତେନ୍ତୁଳିଖୁଣ୍ଟି ୨୦/୦୩/୨୩ -ବରଡାଝୋଡି ଓ ଲଦି ପଦର ଗ୍ରାମ ବାସୀ ନିଜ ଗ୍ରାମ ର ମୌଳିକ ସମସ୍ୟା ସମାଧାନ ଦାବିରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ ପରେ ମଧ୍ୟ ଶୁଣିଲାଣି ପ୍ରଶାସନ । ଭୋଟ ବର୍ଜନ ପରେ ମଧ୍ୟ ଦୁଇଥର ବ୍ଲକ କାର୍ଯ୍ୟ।ଳୟ ଆସି ଦାବୀ ଜଣାଇବା ପରେ ମଧ୍ୟ ବିଡିଓ ଦୂର୍ଜ୍ୟୋଧନ ଭୋଇ କେବଳ କିଛି ସମୟ ମାଗିଥିଲେ ସମାଧାନ ପାଇଁ । ପାନୀୟ ଜଳ ସମସ୍ୟା , ରାସ୍ତା, ବରଡାଝୋଡି ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବା ଆଦି ଦାବୀ ନେଇ ଆଜି ଅଫିସ ସମୟରେ ବ୍ଲକ କାର୍ଯ୍ୟ।ଳୟ ଆସି ନିଜ ନିଜ ରାଶାନ କାର୍ଡ ତଥା ବୃଦ୍ଧ ବୃଦ୍ଧ। ପେନସନ କାର୍ଡ ବିଡିଓ ଙ୍କୁ ଫେରାଇବା ପାଇଁ ଅପେକ୍ଷା କରିଥିଲେ , କିନ୍ତୁ ବିଡିଓ ଭୋଇ ମଧ୍ୟାହ୍ନ ଭୋଜନ ବିରତି ପରେ କାର୍ଯ୍ୟ।ଳୟ କୁ ଆସିବା ପରେ ତାଙ୍କ ସମ୍ମୁଖରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ହିତାଧିକାରୀ ଙ୍କ କାର୍ଡ ରଖି ଦେଇ ଆମ ର ମୌଳିକ ଦାବୀ ପୂରଣ ନ କଲେ ଆମେ କୌଣସି ସରକାରୀ ସାହାଯ୍ୟ ନେବୁନି ବୋଲି ଅଡି ବସିଥିଲେ ।. ବିଡିଓ ଭୋଇ ତୁରନ୍ତ ସହକାରୀ ଯନ୍ତ୍ରୀ ଆଶିଷ ପ୍ରଧାନ ଓ କନିଷ୍ଠ ଯନ୍ତ୍ରୀ ମଲିକ ଙ୍କୁ ଡାକି ଉକ୍ତ ଦୁଇ ଗ୍ରାମ ରାସ୍ତା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଦୁଇଟି ପ୍ରକଳ୍ପ ଅନୁମୋଦନ ର ପ୍ରକ୍ରିୟା କରାଇଥିଲେ , ଆସନ୍ତା ସ୍ପାତହ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ ବୋଲି କହିଥିଲେ। ତତକ୍ଷଣାତ ଉକ୍ତ ଦୁଇ ଗ୍ରାମ ଯାଇ ପାନୀୟ ଜଳ ର ସ୍ଥିତି ଯାଞ୍ଚ କରି ସମାଧାନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ କେ ସନ୍ତୋଷ ଙ୍କୁ ପଠାଇ ଥିଲେ.। ମରାମତି କର ଆବଶ୍ୟକ ସ୍ଥଳେ ୭ ଦିନ ମଧ୍ୟରେ ନଳକୂପ ଖନନ କର ବୋଲି ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ପରେ ଯନ୍ତ୍ରୀ ସନ୍ତୋଷ ଉକ୍ତ ଗ୍ରାମକୁ ଯାଇ ଥିଲେ। ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୋମିକ ଙ୍କୁ ୨୦୨୩ -୨୪ ଶିକ୍ଷା ବର୍ଷରୁ ତିନିଟି ଶିକ୍ଷା ବର୍ଷ ବନ୍ଦ ଥିବା ବରଡାଝୋଡି ପ୍ରାଥମିକ ବିଦ୍ୟାଲାୟ ଖୋଲିବାକୁ କହିଥିଲେ। ସେ ସମ୍ମତି ପ୍ରକାଶ କରିଥିଲେ । ସାତ ଦିନ ମଧ୍ୟରେ ସମସ୍ତ ଦାବୀ ପୂରଣ ପ୍ରତିଶ୍ରୁତି ପରେ ନିରୀହ ଗ୍ରାମବାସୀ ପୁଣି ନିଜ ନିଜ କାର୍ଡ ନେଇ ଗ୍ରାମକୁ ଫେରିଥିଲେ। ବି ଇ ଓ ଭୌମିକ ଙ୍କୁ ପଚାରିବାରୁ ଛାତ୍ର ଛାତ୍ରୀ ସଂଖ୍ୟା କମ ଆଧାର ରେ ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡିକୁ ପୁଣି ଖୋଲିବା ପାଇଁ ସରକାରୀ ନିର୍ଦେଶନାମା ଆସିନି ବୋଲି କହିଛନ୍ତି। ତିନି ଗୋଟି ପଂଚାୟତ ସମିତି ବୈଠକ ରେ ଏ ନେଇ ଆଲୋଚନା ହୋଇଛି କିନ୍ତୁ ସରକାରୀ ନିର୍ଦେଶ ଆସିନଥିବା ବେଳେ ମୌଳିକ ସମସ୍ୟା ସମାଧାନ ରେ ପ୍ରଚେଷ୍ଟା ନ କରି ଅଭିଯୋଗ କିମ୍ବା ଆନ୍ଦୋଳନ ପାଇଁ ଜନତା ଆସିଲେ ବିଡ଼ିଓ ଖାଲି ବରଡା ଝୋଡି ଓ ଲଦୀପଦର ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାମାଜିକ କର୍ମୀ ଗୋବର୍ଦ୍ଧନ କହିଛନ୍ତି। ଆଜିର ଘେରାଉ ରେ ଲେଲି ଲହରା, ବିବନ ଜାନୀ , ମାଝୀ ଜାନୀ , ସମାରୁ ଜାନୀ , ରଥୀ ଜାନୀ , ସିନ୍ଧେଇ ଜାନୀ ପ୍ରମୁଖ ସାମିଲ ଥିଲେ। ବିଡ଼ିଓ ଙ୍କ ସହ ଭୀମସେନ ପାଣିଗ୍ରାହୀ ଦିଲିପ ପ୍ରଧାନୀ ଓ ପ୍ରହଲ୍ଲାଦ ହିଆଲ ଜନତା ଙ୍କ ପାଇଁ ଆଲୋଚନା ରେ ସହଯୋଗ କରିଥିଲେ।
ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି