ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ଓ୍ବାର୍ଲଡ ଟିଭି ପ୍ରିମିୟର‌କୁ ଏକାଠି ବସି ଉପଭୋଗ କଲେ କଳାକାର

ଜୀସାର୍ଥକ ର ନୂଆ ଓଡିଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ଓ୍ବାର୍ଲଡ ଟିଭି ପ୍ରିମିୟର ହେଲା ମାର୍ଚ୍ଚ ୧୯ ସନ୍ଧ୍ୟା ୬:୩୦ରେ କିନ୍ତୁ ପ୍ରଥମ ଥର ପାଇଁ ଏକାଠି ଵସି ଟିଭି ରେ ଏହି ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ସୋ କୁ ଏକାଠି‌ ବସି କଳାକାର,ଫିଲ୍ମର କାଷ୍ଟ, କ୍ରିଉ, ସମେତ ଚଳଚ୍ଚିତ୍ର ସାମ୍ବାଦିକ ଓ କ୍ରିଟିକସ୍ ଭୁବନେଶ୍ବରସ୍ଥିତ ବିଗ୍ କପ୍ କାଫେ ଠାରେ ଉପଭୋଗ କରିଛନ୍ତି ।‌ ଏଭଳି ‌ ଦେଖିବା ଓଡିଶା ଟେଲିଭିଜନ ଇତିହାସରେ ପ୍ରଥମ ବୋଲି ସିନେ କ୍ରିଟିକ୍ସ ଅମୃତ ନନ୍ଦ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାହୁ, ଜୀ-ସାର୍ଥକ ର କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ଚଳଚ୍ଚିତ୍ରର ଅଭିନେତା ରିଷି, ଅଭିନେତ୍ରୀ ସାୟଲ୍, ଓଲିଉଡ୍ ମିଡିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ ଓଲିଉଡ୍ ଅଭିନେତ୍ରୀ ଦେବସ୍ମିତା, ସେଲି ମିଶ୍ର ସମେତ ବହୁ ଗଣମାଧ୍ୟମ ବ୍ୟକ୍ତିତ୍ବ ଉପସ୍ଥିତ ରହି ଚଳଚ୍ଚିତ୍ରଟିକୁ ଉପଭୋଗ କରିଥିଲେ।

ଜୀ-ସାର୍ଥକ ଫିଲ୍ମସ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଏକ ନିଆରା ଓ ଅଦ୍ଭୁତ କାହାଣୀର ଏହି ଚଳଚିତ୍ରରେ ରିଷି,ସାୟଲ୍, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । 

ଅନିଛା ସ୍ୱତେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ ହେଲେ ଜମା ମନ ନାହିଁ ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ‘କଣ୍ଟାକ୍ଟ ମ୍ୟାରେଜ’ ହେଉଛି କିନ୍ତୁ କାହାଣୀରେ ଆସୁଛି ନୂଆ ମୋଡ ଓ ବାହାଘରକୁ ନେଇ ଅନେକ ଘଟଣା ଦୁର୍ଘଟଣା ଘଟି ଶେଷରେ ‘କଣ୍ଟାକ୍ଟ ମ୍ୟାରେଜ’ ସତ ମ୍ୟାରେଜରେ ପରିଣତ ହୋଇଛି, ତାହାହିଁ ଚଳଚ୍ଚିତ୍ର ର କାହାଣୀ। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲ୍ଲୀ ରଥ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ ଲୋକାର୍ପିତ

Sunil Chandra Nayak

“ପ୍ରିୟେ ତୁ ମୋ ସିଏ” ର ଅଡିଓ ଲୋକାର୍ପିତ

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ ରେ ତିମିର ତୀର୍ଥରେ ଏକ ରାତ୍ରି ମଞ୍ଚସ୍ଥ 

masiha

Leave a Comment

error: Content is protected !!