ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ଓ୍ବାର୍ଲଡ ଟିଭି ପ୍ରିମିୟର‌କୁ ଏକାଠି ବସି ଉପଭୋଗ କଲେ କଳାକାର

ଜୀସାର୍ଥକ ର ନୂଆ ଓଡିଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ଓ୍ବାର୍ଲଡ ଟିଭି ପ୍ରିମିୟର ହେଲା ମାର୍ଚ୍ଚ ୧୯ ସନ୍ଧ୍ୟା ୬:୩୦ରେ କିନ୍ତୁ ପ୍ରଥମ ଥର ପାଇଁ ଏକାଠି ଵସି ଟିଭି ରେ ଏହି ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ସୋ କୁ ଏକାଠି‌ ବସି କଳାକାର,ଫିଲ୍ମର କାଷ୍ଟ, କ୍ରିଉ, ସମେତ ଚଳଚ୍ଚିତ୍ର ସାମ୍ବାଦିକ ଓ କ୍ରିଟିକସ୍ ଭୁବନେଶ୍ବରସ୍ଥିତ ବିଗ୍ କପ୍ କାଫେ ଠାରେ ଉପଭୋଗ କରିଛନ୍ତି ।‌ ଏଭଳି ‌ ଦେଖିବା ଓଡିଶା ଟେଲିଭିଜନ ଇତିହାସରେ ପ୍ରଥମ ବୋଲି ସିନେ କ୍ରିଟିକ୍ସ ଅମୃତ ନନ୍ଦ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ର ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାହୁ, ଜୀ-ସାର୍ଥକ ର କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ଚଳଚ୍ଚିତ୍ରର ଅଭିନେତା ରିଷି, ଅଭିନେତ୍ରୀ ସାୟଲ୍, ଓଲିଉଡ୍ ମିଡିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ ଓଲିଉଡ୍ ଅଭିନେତ୍ରୀ ଦେବସ୍ମିତା, ସେଲି ମିଶ୍ର ସମେତ ବହୁ ଗଣମାଧ୍ୟମ ବ୍ୟକ୍ତିତ୍ବ ଉପସ୍ଥିତ ରହି ଚଳଚ୍ଚିତ୍ରଟିକୁ ଉପଭୋଗ କରିଥିଲେ।

ଜୀ-ସାର୍ଥକ ଫିଲ୍ମସ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଏକ ନିଆରା ଓ ଅଦ୍ଭୁତ କାହାଣୀର ଏହି ଚଳଚିତ୍ରରେ ରିଷି,ସାୟଲ୍, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । 

ଅନିଛା ସ୍ୱତେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ ହେଲେ ଜମା ମନ ନାହିଁ ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ‘କଣ୍ଟାକ୍ଟ ମ୍ୟାରେଜ’ ହେଉଛି କିନ୍ତୁ କାହାଣୀରେ ଆସୁଛି ନୂଆ ମୋଡ ଓ ବାହାଘରକୁ ନେଇ ଅନେକ ଘଟଣା ଦୁର୍ଘଟଣା ଘଟି ଶେଷରେ ‘କଣ୍ଟାକ୍ଟ ମ୍ୟାରେଜ’ ସତ ମ୍ୟାରେଜରେ ପରିଣତ ହୋଇଛି, ତାହାହିଁ ଚଳଚ୍ଚିତ୍ର ର କାହାଣୀ। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲ୍ଲୀ ରଥ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସିନେ ଜଗତର ସଫଳ ଅଭିନେତା ମାନଙ୍କ ପାଇଁ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ 

masiha

କଞ୍ଚା ଲଙ୍କା ସିନେମା ହଲ୍ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ ଆଜି ରିଲିଜ ହେଉଛି ‘ ଟି’, ଖୁବ ଶୀଘ୍ର ‘ଡେଲିଭରି ବଏ’

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ନବମ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ …..

masiha

Leave a Comment

error: Content is protected !!