ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରଶାସନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁନେଇ ସମୀକ୍ଷା କଲେ ଜିଲ୍ଲା ବିଜେଡି ସଭାପତି

କୋକସରା,୨୩/୦୩- କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଗୁରୁବାର କୋକସରା ବ୍ଲକ କାର୍ଯ୍ୟାଳୟ ଦଲୀୟ କର୍ମକର୍ତ୍ତାଙ୍କ ସହ ପହଞ୍ଚି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୫ ଟି ଯୋଜନାରେ ହେଉଥିବା ବିଭିନ୍ନ ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି, ପଞ୍ଚାୟତ ସ୍ତରରେ ମନରେଗା, ପଞ୍ଚଦଶ ଅର୍ଥ କମିଶନ, ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟକୁ ନେଇ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ଆମପାଣି ଯୋନ ହେମନ୍ତ ମାଝୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ବିଜେଡି ସଭାପତିଙ୍କ ସହ କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ଋତୁରାଜ ମାଝୀ, ସୁରେଶ ସାହୁ, ଆଶୁତୋଷ ପୁରୋହିତ, ଶିବରାମ ପାତ୍ର, ସଞ୍ଜୟ ସିଙ୍ଘଲ, ପ୍ରମୋଦ ପ୍ରଧାନୀ, ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ପ୍ରଭୁ ଓଁକାର ସଙ୍ଗୀତ ବିଦ୍ୟାଳୟ,ଢେଙ୍କାନାଳର ବର୍ଣ୍ଣାଢ଼୍ୟ ପ୍ରଭୂ ଓଁକାର ନୃତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ 

masiha

SPREADING LIGHT BEYOND THE WALLS

Sunil Chandra Nayak

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

masiha

Leave a Comment

error: Content is protected !!