ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ସମବାୟ ସମିତି ପକ୍ଷରୁ କୃଷକ କର୍ମଶାଳା ପରାମର୍ଶ ବୈଠକର ଅନୁଷ୍ଠିତ

କୋକସରା,୨୩/୦୩- କୋକସରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ କୋକସରା ଧାନ ମଣ୍ଡି ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୁଧବାର କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା କୋକସରା, ରେଙ୍ଗାଳପାଲି ଓ ମାଝୀଗୁଡା ପଞ୍ଚାୟତର ଚାଷିଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗଙ୍କ ପରିଚାଳନାରେ କୋକସରା କୃଷି ସମବାୟ ସମିତିର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ରେଙ୍ଗାଳପାଲି ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ, କୃଷି କର୍ମଚାରୀ ଅନୁସୂୟା ସିଂ, ଟିକଚନ ଦଳପତି, ଉପେନ୍ଦ୍ର ଜାଲ ଉପସ୍ଥିତ କୃଷି ସମବାୟ ସମିତି ହେଉଛି କୃଷକଙ୍କ ସାଥି , କୃଷକଙ୍କ ପାଇଁ ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସହ କୃଷିରୁଣ କ୍ଷେତ୍ରରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା କୌଣସି ସୁଧରେ ଯୋଗାଇ ଦେଉଥିବା ବେଳେ ୧ ଲକ୍ଷରୁ ୨ ଲକ୍ଷ କୃଷିରୁଣ ପାଇଁ ମାତ୍ର ୨ ପ୍ରତିଶତ ସୁଧରେ ଯୋଗାଇ ଦିଆଯାଉଛି ଏଣୁ କୃଷକମାନେ ଏହି ଯୋଜନାର ଲାଭ ନେବାକୁ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ମାନେ ପରାମର୍ଶ ଦେଇଥିଲେ। ଏହାସହ କୃଷକଙ୍କ ପାଇଁ ରହିଥିବା କୃଷି ସମ୍ପର୍କିତ ଅନ୍ୟାନ୍ୟ ଯୋଜନା ବିଷୟରେ ଉପସ୍ଥିତ ଚାଷିଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମକୁ ପେକ୍ସ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କୃଷକ କର୍ମଶାଳାରେ ୩ ପଞ୍ଚାୟତର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବାଇକ ଧକ୍କାରେ ବୃଦ୍ଧ ମୃତ 

masiha

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ରାଉରକେଲାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ

Leave a Comment

error: Content is protected !!