ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି ମାଳିଗୁଡା : ଘର ଡିହ ପଟ୍ଟା ମିଳିଛି : କିନ୍ତୁ ଚିହ୍ନଟ ପାଇଁ ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ 

ତେନ୍ତୁଳିଖୁଣ୍ଟି -୨୪/୦୩/୨୩ – ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ବି, ମାଳିଗୁଡ଼ା ରାଜସ୍ୱ ନିରୀକ୍ଷକ ତାଙ୍କ ସର୍କଲ ଅନ୍ତର୍ଗତ ବି ମାଳିଗୁଡ଼ା ଗ୍ରାମ ର ନିରୀହ ଅଧିବାସୀ ଘର ଡିହ ପାଇଁ ବହୁବାର ତହସିଲଦାର ଏବଂ ଜନ ପ୍ରତିନିଧି ଙ୍କୁ ଅଭିଯୋଗ ପରେ ଗତ ୨୦୧୯ରେ ୪ସେଣ୍ଟ ଲେଖାଏଁଘର ଡିହ ପଟ୍ଟା ମିଳିଥିଲା। ଏହା ପରେ ଗ୍ରାମର୧୨ଜଣ ସମସ୍ତେ ମିିଶି ନନ୍ଦହାଣ୍ଡି ତହସିଲଦାର ଙ୍କ ନିକଟରେ ଘର ଡିହ ଚିହ୍ନଟ ପାଇଁ ଦରଖାସ୍ତ ଦାଖଲ କରିଥିଲେ। ତହସିଲଦାର ତୁରନ୍ତ ଘର ଡିହ ଚିହ୍ନଟ କରିବାକୁ ବି ମାଳିଗୁଡ଼ା ରାଜସ୍ୱ ନିରୀକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜକୁ ବର୍ଷ ରୁ ଉର୍ଦ୍ଧ ହେଲା ରାଜସ୍ୱ ନିରୀକ୍ଷକ ଆଜି କାଲି କହି ଶେଷରେ ଚିରାଚରିତ ପ୍ରଥା ପାଳିବାକୁ ରୋକଠୋକ କହିଥିଲେ। ତହସିଲଦାର ଆଦେଶ କରି ଦେଲେ ଚିହ୍ନଟ ହୋଇଯିବ କି ବୋଲି ଓଲଟା ଆବେଦନ କାରୀ ଙ୍କୁ ବୁଝାଇ ଥିଲେ। ରାଜସ୍ୱ ନିରୀକ୍ଷକ ଜାଗା ଚିହ୍ନଟ ପାଇଁ ଗଲେ ଆଗରୁ କୁକୁଡା ଓ ଟଙ୍କା ନ ଦେଲେ ଚିହ୍ନଟ ହେବ କି? ତେଣୁ ସମସ୍ତେ ମିଶି ଜଣେ ଜଣେ ୧ହଜାର ୧ଶହ ଟଙ୍କା ଦେଲେ କାମ ସବୁ ଠିକ୍ ରେ ହୋଇଯିବ।ଆଉ ବର୍ଷ ବର୍ଷ ଆଉ ଦୌଡ଼ି ଦୌଡ଼ି ଏ କାର୍ଯ୍ୟାଳୟ ରୁ ସେ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ ବୋଲି କହିଥିଲେ।ତାଙ୍କ କଥାରେ ଶେଷରେ ନିରୀହ ଅଧିବାସୀ ନ ମାନି ଆଉ କୌଣସି ଉପାୟ ନାହିଁ ବୋଲି ଶେଷରେ ମାନିବାକୁ ବାଧ୍ୟ ହେଲେ।ଏମାନେ ନିରକ୍ଷର ଏମାନଙ୍କୁ ଜଣା ନାହି କି ଜିଲ୍ଲା ରେ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟ କରୁଛି ବୋଲି।ଏହାର ସରଳତା ର ସୁଯୋଗ ନେଇ ରାଜସ୍ୱ ନିରୀକ୍ଷକ ଫାଇଦା ଉଠ।ଇବାକୁ ତାଙ୍କ କାର୍ଯ୍ୟାଳୟ ରେ ଥିବା ଅମିନ କୁ କିଛି କହିବ ନାହିଁ ବୋଲି ରୋକ୍ ଠୋକ୍ ବାରଣ କରିଥିଲେ। ତାଙ୍କ ନିକଟରେ ୮ହଜାର ଟଙ୍କା ନେଇ ଯାଇଥିବାରୁ ସେ ବାରଣ କରିଦେଲେ,କହିଲେ ସବୁ ଟଙ୍କା ନେଇ କି ଆସିଲେ,କାର୍ଯ୍ୟ ହେବ ବୋଲି ଚରମ ବାଣୀ ଶୁଣାଇ ଦେଇଥିଲେ। ଏହା ଶୁଣି ନିରୀହ ଅଧିବାସୀ ନିଜ ଗ୍ରାମ କୁ ଫେରି ଆସିଥିଲେ। ଏହା ପରେ ଗଣ ମାଧ୍ୟମ ପ୍ରତିନିଧି ସମସ୍ତ କଥା ବଖାଣି ଥିଲେ। ସୂଚନା ଥାଉକି ସଂପୃକ୍ତ ରାଜସ୍ୱ ନିରୀକ୍ଷକ ନିଜ ଏରିଆ ରେ ବେଆଇନ ରାଜସ୍ୱ ଆଦାୟ କରି ନିଜ ପ୍ୟକେଟ ଗରମ କରୁଥିବା ସାଙ୍ଘାତିକ ଅଭିଯୋଗ ରହିଛି।ଏ ବିଷୟ କୁ ନେଇ ବି ମାଲିଗୁଡ଼ା ରାଜସ୍ୱ ନିରୀକ୍ଷକ ଙ୍କୁ ଯୋଗାଯୋଗ କରିବାରୁ ୨୦୧୯ ରେ ସେ ଗ୍ରାମର ୧୨ଜଣ ଙ୍କ ନାମରେ ଲିଜ୍ ପଟ୍ଟା ଦିଆ ଯାଇଥିଲା।ସେମାନଙ୍କ ମଧ୍ୟରୁ ୬ଜଣ ଚିହ୍ନଟ ନିମନ୍ତେ ଦରଖାସ୍ତ କରିଥିଲେ।ସେ ମାନଙ୍କ ଚିହ୍ନଟ ସରିଛି ବୋଲି କହିଥିଲେ।ଟଙ୍କା ବିଷୟରେ ସେ ମାନେ ଆଦାୟ କରି ଥିବେ ମୁ ଜାଣି ନାହି ବୋଲି କହିଛନ୍ତି। ଅପରପକ୍ଷେ ଏ ନେଇ ତହସିଲଦାର ଙ୍କୁ ମଧ୍ୟ ଅଭିଯୋଗ କରିଥିବା ଆବେଦନ କାରୀ ସୂଚନା ଦେଇଛନ୍ତି। ଏହାକୁ ନେଇ ତହସିଲଦାର ତଦନ୍ତ କଲେ ଜଣା ପଡିବ କିଏ ସତ କିଏ ମିଛ ବୋଲି ଗ୍ରାମବାସୀ କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ 

masiha

ଜନସାଧାରଣଙ୍କ ସମସ୍ୟାର ସମାଧାନ ନିଜେ ଉପସ୍ଥିତ ରହି ସମାଧାନ କଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ 

masiha

Leave a Comment

error: Content is protected !!